ବିନି ପଟ୍ଟନାୟକ ଙ୍କ ନୂଆ ଓଡ଼ିଆ ଚଳଚ୍ଚିତ୍ର “ସନମ ତୁ ସୁହାନା” ର ଅଡିଓ ଲୋକାର୍ପଣ*

0

ବିନି ପଟ୍ଟନାୟକ ଫିଲ୍ମ୍ସ ବ୍ୟାନର ରେ ନିର୍ମାଣ ହୋଇଥିବା “ସନମ୍ ତୁ ସୁହାନା” ନୂଆ ଓଡ଼ିଆ ଚଳଚ୍ଚିତ୍ର ର ଅଡିଓ ଲୋକାର୍ପଣ ହୋଇଛି l ଏହି ଅଡିଓ ଲୋକାର୍ପଣ ଉତ୍ସବ ଭୁବନେଶ୍ୱର ସ୍ଥିତ ସିନେପଲିସ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସମସ୍ତ କ୍ରିଉ ଉପସ୍ଥିତ ଥିଲେ l “ସନମ୍ ତୁ ସୁହାନା” ଆସନ୍ତା ଅକ୍ଟୋବର ୪ ତାରିଖ ରେ ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଛି l କାହାଣୀ, ଚିତ୍ରନାଟ୍ୟ ସହିତ ପ୍ରଯୋଜନା କରିଛନ୍ତି ବିନି ପଟ୍ଟନାୟକ l ଯୁବ ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ଏହି ଚଳଚ୍ଚିତ୍ର ର ନିର୍ଦ୍ଦେଶନା ଦେଇଛନ୍ତି l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବହୁ ନାମୀ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ସହିତ ବିଜୟ କୁମାର l ନାୟକ ଜ୍ୟୋତି ଙ୍କ ସହିତ ଦୁଇ ଜଣ ନାୟିକା ସଙ୍ଗୀତା ଓ ଶ୍ରେୟା ଙ୍କୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି l ତାଙ୍କ ବ୍ୟତୀତ କାଳୀ, ସୋମୁ, ଶଙ୍କର, ଜୀବନ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି l

ଅଡିଓ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଏବଂ ଶ୍ରୋତା ସମସ୍ତ ଗୀତ ଗୁଡିକୁ ବହୁତ ପ୍ରଶଂସା କରିଥିଲେ l ଏହି ଅବସରରେ ପ୍ରଯୋଜକ ବିନି ପଟ୍ଟନାୟକ, ନିର୍ଦ୍ଦେଶକ ଅଶ୍ୱନୀ ଗଡ଼ନାୟକ, ସଙ୍ଗୀତ ନିର୍ଦ୍ଦେଶକ ବିଜୟ କୁମାର, ନାୟକ ଜ୍ୟୋତି, ନାୟିକା ଶ୍ରେୟା ଓ ସଂଗୀତା, ସ୍ୱୟମ ପ୍ରକାଶ ପାଢ଼ୀ, ଦୀପ୍ତି ରେଖା ପାଢ଼ୀ, ସତ୍ୟଜିତ ପ୍ରମୁଖ ଉପସ୍ଥିତ ଥିଲେ l

ଦଶହରା ବଜାର ରେ ଗୀତ ଗୁଡିକ ବେଶ ଟ୍ରେଣ୍ଡି ହେବ ବୋଲି ଚର୍ଚ୍ଚା ହେଉଛି l ବିନି ପଟ୍ଟନାୟକ ଫିଲ୍ମ୍ସ ବ୍ୟାନର ର ପୂର୍ବ ଚଳଚ୍ଚିତ୍ର ଗୁଡିକ ଯେପରି ହିଟ୍ ହୋଇଥିଲା ସେହିପରି ସନମ୍ ତୁ ସୁହାନା ମଧ୍ୟ ହିଟ୍ ହେବ ବୋଲି ପ୍ରଚାର ଓ ପ୍ରସାର ମୁଖ୍ୟ ଥିବା ପ୍ରଣୟ ଜେଠୀ ମତ ଦେଇଛନ୍ତି

l ଅଡିଓ ବିତରଣ ଦାୟିତ୍ଵ ରେ ଅଛନ୍ତି ପ୍ରେମ୍ ଅଡିଓ।

Leave A Reply

Your email address will not be published.