ବାହାନଗା ରେଳ ଦୁର୍ଘଟଣା: ଆସିଲା ରେଳବାଇ ସୁରକ୍ଷା କମିଶନଙ୍କ ରିପୋର୍ଟ

0

ବାହାନଗା (ଆମ ଟିଭି):  ବାହାନଗା ରେଳ ଦୁର୍ଘଟଣା କାହିଁକି ହୋଇଥିଲା? କେଉଁଠି ରହିଥିଲା ତ୍ରୁଟି?   ଜୁନ୍ ୨ ତାରିଖରେ ବାହାନଗା ଷ୍ଟେସନ ବଜାରରେ ଭୟାନକ ରେଳ ଦୁର୍ଘଟଣା ପାଇଁ ମୁଖ୍ୟତଃ ସିଗନାଲ ବ୍ୟବସ୍ଥାରେ ତ୍ରୁଟି ହିଁ ଦାୟୀ । ଯାନ୍ତ୍ରିକ ତ୍ରୁଟି ନୁହେଁ ବରଂ ମାନବୀୟ ଅବହେଳା ପାଇଁ ଏତେବଡ ଦୁର୍ଘଟଣା ଘଟିଲା ବୋଲି ରେଳବାଇ ସୁରକ୍ଷା କମିଶନଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଯେଉଁଥିପାଇଁ ପାଖାପାଖି ୩୦୦ ଯାତ୍ରୀଙ୍କ ଜୀବନ ଚାଲିଗଲା । ରିପୋର୍ଟରେ ଲେଖାଯାଇଛି- ବାହାନଗା ଷ୍ଟେସନ ବଜାରରେ ଥିବା ୯୪ ନମ୍ବର ଗେଟ୍ ଲେବଲ କ୍ରସିଂରେ ସିଗନାଲ ତ୍ରୁଟିକୁ ସୁଧାରିବାବେଳେ ଉତ୍ତର ପଟ ସିଗନାଲ ଗୁମୁଟିରେ ସିଗନାଲ ସର୍କିଟ ବଦଳି ଯାଇଥିଲା ।

ଏହାକୁ ଅଣଦେଖା କରିବା ଫଳରେ ବାହାନଗା ଷ୍ଟେସନର ଅପଲାଇନରେ ଥିବା ସିଗନାଲ ସବୁଜ ହୋଇଗଲା । ହେଲେ ଅପ୍ ମେନଲାଇନର କ୍ରସଓଭର ଅପ୍ ଲୁପଲାଇନକୁ ଥିଲା । ଯେଉଁଠାରେ ପୂର୍ବରୁ ଆସିଥିବା ଏକ ମାଲବାହୀ ଟ୍ରେନ ଛିଡା ହୋଇଥିଲା । ସିଗନାଲ ଗ୍ରୀନ ଥିବାରୁ କରମଣ୍ଡଳ ଏକ୍ସପ୍ରେସ ସ୍ୱାଭାବିକ ଗତି ଘଂଟା ପ୍ରତି ୧୨୮ କିଲୋମିଟର ବେଗରେ ଆଗକୁ ବଢିଥିଲା । କ୍ରସଓଭର ବା ଅପ୍ ଲୁପଲାଇନ୍ ଖୋଲାଥିବାରୁ ଦ୍ରୁତ ଗତିରେ ସେହି ପଟେ ମାଡି ଯାଇଥିଲା ଓ ପୂର୍ବରୁ ରହିଥିବା ମାଲବାହୀ ଟ୍ରେନକୁ ପଛପଟୁ ଧକ୍କା ଦେଇଥିଲା ।

Leave A Reply

Your email address will not be published.