ଭୁବନେଶ୍ୱର (ଆମ ଟିଭି): ଭାରତୀୟ ରେଳରେ ଯୋଡ଼ିହେବାକୁ ଯାଉଛି ଆଉ ଏକ ନୂଆ ଫର୍ଦ୍ଦ । ଆଜି ରାଜ୍ୟକୁ ମିଳିଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ଉତ୍ସବରେ ଆଉଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଏପଟେ ନିଜସ୍ୱ ଉଦ୍ୟମରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏପ୍ରିଲ ପହିଲା ଉକ୍ରଳ ଦିବସରେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପ୍ରସ୍ତାବିତ ପ୍ରକଳ୍ପ ଅଂଚଳ ବୁଲି ଦେଖିଥିଲେ ମୁଖ୍ୟ ଶାସନ ସଚିବ, ଫାଇବ-ଟି ସଚିବଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ । ପ୍ରଥମ ପର୍ୟ୍ୟାୟରେ କଟକ ତ୍ରିଶୁଳିଆରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ ପ୍ରାୟ ୩୦ କିଲୋମିଟର ପଥରେ ମେଟ୍ରୋ ଟ୍ରେନ୍ ଚଳାଇବାକୁ ଯୋଜନା ରହିଛି । ଏପରିକି ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନକୁ ଏହାର ଡିପିଆର ଦାୟିତ୍ୱ ଦିଆଯାଇଛି ।
ପରବର୍ତୀ ସମୟରେ ମେଟ୍ରୋ ଟ୍ରେନ୍ ପୁରୀ ଓ ଖୋର୍ଦ୍ଧାକୁ ଚଳାଚଳ କରିବାକୁ ଯୋଜନା ରହିଛି । ନିର୍ବାଚନକୁ ଆଉ ବର୍ଷଟିଏ ବାକି ଥିବାବେଳେ ମେଟ୍ରୋ ଟ୍ରେନ କଥା କହି ଉଭୟ ବିଜେପି ବିଜେଡି ସରକାର ଜନମତକୁ ପ୍ରଭାବିତ କରିବା ପାଇଁ ରଣନୀତି କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।