ଆମେରିକାରେ ବ୍ୟାଙ୍କ ସଙ୍କଟ: ୫ ବର୍ଷରେ ୮ଟି ବ୍ୟାଙ୍କରେ ତାଲା

0

ନୂଆଦିଲ୍ଲୀ(ଆମ ଟିଭି): ଆମେରିକାରେ ଏବେ ଘୋର ବ୍ୟାଙ୍କ ସଙ୍କଟ ଦେଖିବାକୁ ମିଳିଛି । ଗତ ପାଞ୍ଚ ବର୍ଷ ଭିତରେ ବିଶ୍ବରେ ୮ଟି ବ୍ୟାଙ୍କ ବିଫଳ ହୋଇଛି। ୨୦୧୯ରେ ଚାରିଟି ବ୍ୟାଙ୍କ, ୨୦୨୦ରେ ତିନିଟି ବ୍ୟାଙ୍କ ବୁଡ଼ିଥିଲା। ଚଳିତ ବର୍ଷ ମାର୍ଚ୍ଚ ୧୨ରେ ଆମେରିକାର ସିଲିକନ୍ ଭାଲି ବ୍ୟାଙ୍କ ବୁଡ଼ିଯାଇଥିଲା। ତାହାକୁ ଫାଷ୍ଟ୍ ସିଟିଜେନ୍ସ ବ୍ୟାଙ୍କ ଜରିଆରେ ଉଦ୍ଧାର କରାଯାଇଛି। ଏହାର ଦୁଇ ଦିନ ପରେ ଅର୍ଥାତ ମାର୍ଚ୍ଚ ୧୨ରେ ସିଗ୍ନେଚର ବ୍ୟାଙ୍କ ବୁଡ଼ିଯାଇଥିଲା। ତାହାକୁ ଫ୍ଲାଗ୍ଷ୍ଟାର୍ ବ୍ୟାଙ୍କ କିଣିଥିଲା। ୨୦୨୦ ଅକ୍ଟୋବର ୨୩ରେ ଆଲମିନା ଷ୍ଟେଟ୍ ବ୍ୟାଙ୍କ ବୁଡ଼ିଯାଇଥିଲା। ତାହାକୁ ଇକ୍ବିଟି ବ୍ୟାଙ୍କ କିଣିଛି।

୨୦୨୦ ଅକ୍ଟୋବର ୧୬ରେ ଫାଷ୍ଟ୍ ସିଟି ବ୍ୟାଙ୍କ ଅଫ୍ ଫ୍ଲୋରିଡାରେ ତାଲା ପଡ଼ିଥିଲା। ୟୁନାଇଟେଡ୍ ଫାଇଡେଲିଟି ବ୍ୟାଙ୍କ ତାହାକୁ କିଣିଛି। ୨୦୨୦ ଏପ୍ରିଲ୍ ୩ରେ ଦି ଫାଷ୍ଟ୍ ଷ୍ଟେଟ୍ ବ୍ୟାଙ୍କ ବୁଡ଼ିଥିଲା ଯାହାକୁ ପରବର୍ତୀ ସମୟରେ ଏମ୍ଭିବି ବ୍ୟାଙ୍କ କିଣିଛି। ସେହିବର୍ଷ ଫେବ୍ରୁଆରି ୧୪ରେ ଏରିକ୍ସନ୍ ଷ୍ଟେଟ୍ ବ୍ୟାଙ୍କରେ ତାଲା ପଡ଼ିଥିଲା। ଫାର୍ମର୍ସ ଆଣ୍ଡ୍ ମର୍ଚାଣ୍ଟ୍ସ ବ୍ୟାଙ୍କ ତାହାକୁ କିଣିଛି। ୨୦୧୯ ନଭେମ୍ବର ୧ରେ ବୁଡ଼ିଯାଇଥିବା ସିଟି ନ୍ୟାସନାଲ୍ ବ୍ୟାଙ୍କ ଅଫ୍ ନିଉ ଜର୍ସିକୁ ଇଣ୍ଡଷ୍ଟ୍ରିଆଲ୍ ବ୍ୟାଙ୍କ କିଣିଥିଲା।

Leave A Reply

Your email address will not be published.