କଟକ ବଡ ମେଡିକାଲ ଆଇସିୟୁରେ ୨୪ଘଣ୍ଟା ବାଜିବ ଭଜନ

0

କଟକ(ଆମ ଟିଭି): କଟକ ବଡ ମେଡିକାଲ ଆଇସିୟୁରେ ୨୪ଘଣ୍ଟା ବାଜିବ ଭଜନ । ଏସସିବି ମେଡିକାଲ ପ୍ରଶାସନ ପକ୍ଷରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ଅନେକ ରୋଗୀଙ୍କୁ ମ୍ୟୁଜିକ ଥେରାପି କାମ କରେ ବୋଲି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଭଜନ ବାଜିବା ଫଳରେ ଏହା ଆଇସିୟୁ ଭିତରେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହେବା ସହ ରୋଗୀ ଓ କର୍ମଚାରୀଙ୍କ ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼ିବ ବୋଲି କୁହଯାଇଛି । ବିଶେଷକରି ଭିକାରୀବଳଙ୍କ ଜଗନ୍ନାଥ ଭଜନ ଉପରେ ଗୁରୁତ୍ୱ ଦିଆଯିବ ।

ଟେଣ୍ଡର ଜରିଆରେ ଏକ ଘରୋଇ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯିବ । ସେଠାରେ ଥିବା ମୋଟ ୨୧୩ଟି ଆଇସିୟୁ ବେଡରେ ଏହି ସୁବିଧା ଉପଲବ୍ଧ ହେବ । ଆଇସିୟୁ ବାହାରେ ମେଡିକାଲ ପରିସରରେ ମଧ୍ୟ ସଚେତନତା ପାଇଁ ଏକ ସାଉଣ୍ଡ ସିଷ୍ଟମ କାର୍ୟ୍ୟକାରୀ କରାଯିବ ।

 

Leave A Reply

Your email address will not be published.