୨୦୦୦ ଟଙ୍କିଆ ନୋଟ୍ ବଦଳିର ଶେଷ ଦିନ ଅକ୍ଟୋବର ୭

0

ନୂଆଦିଲ୍ଲୀ (ଆମ ଟିଭି): ଆଉ ହାତରେ ରହିଛି ମାତ୍ର ଦୁଇ ଦିନ । ଅକ୍ଟୋବର ୭ରେ ୨୦୦୦ଟଙ୍କିଆ ନୋଟ୍ ବଦଳିର ଶେଷ ଦିନ ରହିଛି । ତେଣୁ ତୁରନ୍ତ ୨୦୦୦ଟଙ୍କିଆ ନୋଟ୍ ପାଖରେ ଥିଲେ ତୁରନ୍ତ ବ୍ୟାଙ୍କ୍ ଯାଇ ବଦଳି କରିନିଅନ୍ତୁ । ୨ହଜାର ଟଙ୍କିଆ ନୋଟ୍ ବଦଳି କରିବା ପାଇଁ ପୂର୍ବରୁ ସେପ୍ଟେମ୍ବର ୩୦ ଯାଏଁ ସମୟସୀମା ଧାର୍ୟ୍ୟ କରାଯାଇଥିଲା । ପରେ ଏହି ସମୟସୀମାକୁ ୭ ଅକ୍ଟୋବର ପର୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

ତେଣୁ ଯେଉଁ ବ୍ୟକ୍ତି ୨ହଜାର ଟଙ୍କିଆ ନୋଟ୍ ବଦଳି କରିନାହାନ୍ତି, ସେମାନଙ୍କ ପାଖରେ ଶେଷ ସୁଯୋଗ ରହିଛି । ଆସନ୍ତା ୭ତାରିଖ ମଧ୍ୟରେ ବ୍ୟାଙ୍କକୁ ଯାଇ ୨ହଜାର ଟଙ୍କିଆ ନୋଟକୁ ବଦଳି କରିପାରିବେ । ତେବେ ଗତ ମେ’ମାସ ୧୯ ତାରିଖିରୁ ୨୦୦୦ଟଙ୍କିଆ ନୋଟକୁ ବିମୁଦ୍ରୀକରଣ ପାଇଁ ସରକାର ଘୋଷଣା କରିଥିଲେ ।

Leave A Reply

Your email address will not be published.