କୃଷକଙ୍କୁ ନେଇ କଂଗ୍ରେସର ବଡ଼ ଘୋଷଣା

0

ନୂଆଦିଲ୍ଲୀ(ଆମ ଟିଭି): ପଞ୍ଜାବ-ହରିୟାଣାର କୃଷକମାନେ ଏମ୍ଏସ୍ପିର ଆଇନଗତ ଗ୍ୟାରେଣ୍ଟି ସମେତ ଅନେକ ଦାବି ନେଇ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ହଜାର ହଜାର ସଂଖ୍ୟାରେ କୃଷକ ଶମ୍ଭୁ ସୀମାରେ ପହଞ୍ଚିଛନ୍ତି। କୃଷକଙ୍କୁ ଆଗକୁ ବଢ଼ିବାରୁ ରୋକିବା ଲାଗି ପୋଲିସ ପକ୍ଷରୁ ବ୍ୟାରିକେଡିଂ କରାଯାଇଛି। ହେଲେ ଚାଷୀମାନେ ଏହାକୁ ହଟାଇବାକୁ ଚେଷ୍ଟା କରୁଛନ୍ତି। କୃଷକ ଆନ୍ଦୋଳନ ମଧ୍ୟରେ କଂଗ୍ରେସ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଆମେ ସ୍ବାମୀନାଥନ କମିଟି ରିପୋର୍ଟ ଅନୁଯାୟୀ ଏମ୍ଏସ୍ପି ଆଇନ୍ ଆଣି ଚାଷୀଙ୍କୁ ଉଚିତ ମୂଲ୍ୟର ଗ୍ୟାରେଣ୍ଟି ଦେବୁ ବୋଲି କଂଗ୍ରେସ କହିଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, ଏମ୍ଏସ୍ପି ଲାଗି ଆଇନଗତ ଗ୍ୟାରେଣ୍ଟି ମିଳିବା ଦ୍ୱାରା ୧୫ କୋଟି କୃଷକ ପରିବାର ଉପକୃତ ହେବେ। ଆଜି କୃଷକ ଭାଇମାନଙ୍କ ଲାଗି ଐତିହାସିକ ଦିନ। ନ୍ୟାୟ ପଥରେ କଂଗ୍ରେସର ଏହା ହେଉଛି ପ୍ରଥମ ଗ୍ୟାରେଣ୍ଟି।

Leave A Reply

Your email address will not be published.