ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା, ସକାଳ ସାଢେ ୯ଟାରେ ପୁଣି ଟଣା ହେବ ରଥ

0

ପୁରୀ: ଭକ୍ତି, ହର୍ଷଉଲ୍ଲାସରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘଣ୍ଟ, ଘଣ୍ଟା ଏବଂ ହରିବୋଲ ହୁଳହୁଳିରେ ଭକ୍ତ ଶ୍ରଦ୍ଧାର ସହିତ ଟାଣିଥିଲେ ୩ ରଥ। ସନ୍ଧ୍ୟା ପ୍ରାୟ ୫ଟାରେ ଶରଧାବାଲି ଅଭିମୁଖେ ପ୍ରଥମେ ଗଡ଼ିଥିଲା ତାଳଧ୍ବଜ। ବର୍ତ୍ତମାନ ମାର୍କେଟ ଛକରେ ଅଟକିଛି ବଳଭଦ୍ରଙ୍କ ତାଳଧ୍ବଜ ରଥ। ପଛକୁ ମରିଚିକୋଟ ଛକରେ ଅଟକି ରହିଛି ସୁଭଦ୍ରାଙ୍କ ଦର୍ପଦଳନ। କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ଅଳ୍ପବାଟ ଗଡ଼ି ଅଟକି ରହିଛି।

 

ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏକ ବଡ଼ ସୂଚନା ଦେଇଛନ୍ତି। ଶୁକ୍ରବାର ଶ୍ରୀଜୀଉମାନଙ୍କ ଆଡ଼ପ ବିଜେ ନୀତି ହେବ ନାହିଁ ବୋଲି ସେ କହିଛନ୍ତି। ପହଣ୍ଡି ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲିଥିଲା। ମହାପ୍ରଭୁ ଜଗନ୍ନାଥ ଗୁମୁଟ ପାଖରେ ପାଖାପାଖି ୪୫ ମିନିଟ ଅଟକି ରହିଲେ। କ’ଣ ପାଇଁ ଅଟକି ରହିଲେ ଏହା ମହାପ୍ରଭୁଙ୍କ ଇଚ୍ଛା। ଶୁକ୍ରବାର ସକାଳ ସାଢେ ୯ଟାରେ ପୁଣି ରଥ ଟଣା ହେବ।

Leave A Reply

Your email address will not be published.