ପଲ୍ୟୁସନ ପ୍ରମାଣପତ୍ର ନେଇ ବଡ ଖବର…୩ବର୍ଷ ଯାଏ କରିବାକୁ ପଡିବନି ରିନ୍ୟୁ, ଆଜିଠୁ ଲାଗୁ

0

ଗାଡି ଚାଳକଙ୍କ ପାଇଁ ବଡ ଖବର । ପଲ୍ୟୁସନ ଅଣ୍ଡର କଂଟ୍ରୋଲ ବା ପିୟୁସି ସାର୍ଟିଫିକେଟର ବୈଧତା ଓ ସମୟସୀମାରେ ପରିବର୍ତ୍ତନ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆଜିଠୁ ଲାଗୁ ହୋଇଛି ନୂଆ ନିୟମ । ନୂଆ ନିୟମ ଅନୁସାରେ ନୂଆ ବିଏସ-୬ ଘରୋଇ ଗାଡିର ପିୟୁସି ବୈଧତା ସମୟସୀମା ୩ବର୍ଷ ଯାଏ ରହିବ । ୩ବର୍ଷ ଯାଏ କରିବାକୁ ପଡିବନି ସାର୍ଟିଫିକେଟ୍ ରିନ୍ୟୁ । ଯେଉଁ ଘରୋଇ ବିଏସ-୬ ଗାଡି ୬ବର୍ଷରୁ ଅଧିକ ୧୦ ବର୍ଷରୁ କମ୍ ଥିବ ପ୍ରତିବର୍ଷ ତାର ପିୟୁସି ରିନୁ୍ୟ କରିବାକୁ ହେବ । ସେହିପରି ୧୦ ବର୍ଷରୁ ଅଧିକ ପୂରୁଣା ଗାଡି ଚାଳକ ୬ମାସରେ ଥରେ ପିୟୁସି ରିନୁ୍ୟ କରିବେ । କେବଳ ଘରୋଇ ଗାଡି ନୁହେଁ ପରିବହନରେ ନିୟୋଜିତ ବିଏସ-୬ ଗାଡି ପାଇଁ ମଧ୍ୟ ନିୟମରେ ସଂଶୋଧନ ହୋଇଛି । ୬ବର୍ଷ ଭିତରେ ଥିବା ଗାଡି ପ୍ରତି ୨ବର୍ଷରେ ଥରେ ପିୟୁସି ରିନୁ୍ୟ କରିବେ । ୬ବର୍ଷରୁ ୧୦ ବର୍ଷ ମଧ୍ୟରେ ଥିବା ଗାଡିକୁ ପ୍ରତିବର୍ଷ ପିୟୁସି ଅପଡେଟ୍ କରିବାକୁ ହେବ । ସେହିପରି ଗାଡିକୁ ୧୦ବର୍ଷ ପାର୍ ହୋଇଥିଲେ ୬ମାସରେ ଥରେ ପିୟୁସି ପ୍ରମାଣପତ୍ର ହାସଲ କରିବାକୁ ହେବ । ବିଏସ-୧, ୨ ଓ ୩ ଗାଡିଗୁଡିକର ୩ମାସରେ ପ୍ରଦୂଷଣ ପ୍ରମାଣ ପତ୍ର ରିନୁ୍ୟ କରିବା ନିୟମ ବଳବତ୍ତର ରହିଛି । ବିଏସ-୪ ମଡେଲ ଗାଡି ପ୍ରତି ୬ମାସରେ ପଲ୍ୟୁସନ ସାର୍ଟିଫିକେଟ୍ ରିନ୍ୟୁ କରିବେ ।

Leave A Reply

Your email address will not be published.