ନୂଆଦିଲ୍ଲୀ(ଆମ ଟିଭି): କେନ୍ଦ୍ରରେ ଏନଡିଏ ସରକାର ଗଠନ ହେବା ପରେ ବିହାର ଓ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଦାବି ଜୋର ଧରିଛି । ବିହାରରେ ସରକାରରେ ଥିବା ଜେଡିୟୁ ଓ ଆନ୍ଧ୍ରପ୍ରଦେଶରେ ସରକାରରେ ଥିବା ଟିଡିପି ଏନଡିର ସହଯୋଗୀଦଳ ହୋଇଥିବାରୁ ଏହା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି ।
ସେପଟେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତାର ଇତିହାସକୁ ଯଦି ନଜର କରିବା ତେବେ ଭାରତୀୟ ସମ୍ବିଧାନରେ ବିଶେଷ ରାଜ୍ୟପାହ୍ୟା ଦେବାର କୌଣସି ବ୍ୟବସ୍ଥା ନାହିଁ । ୧୯୬୯ ମସିହାରେ ପଂଚମ ଅର୍ଥ ଆୟୋଗ ଗାଡଗିଲ କମିଟିର ସୂତ୍ର ଆଧାରରେ ୩ଟି ରାଜ୍ୟକୁ ସ୍ୱତନ୍ତ୍ର୍ର ରାଜ୍ୟପାହ୍ୟା ମାନ୍ୟତା ଦେବାକୁ ପରାମର୍ଶ ଦେଇଥିଲେ । ଏହି ୩ଟି ରାଜ୍ୟ ଏପରି ରାଜ୍ୟ ଥିଲା ଯେ, ଯାହା ଅନ୍ୟ ରାଜ୍ୟର ସାମାଜିକ ଏବଂ ଆର୍ଥିକ ଦୃଷ୍ଟି କୋଣରୁ ପଛୁଆ ଥିଲେ । ଏହି ରାଜ୍ୟ ଗୁଡିକ ହେଉଛନ୍ତି ଆସାମ, ନାଗାଲାଣ୍ଡ ଏବଂ ଜାମ୍ମୁ କାଶ୍ମୀର ।