୩ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି
ଆଉ ୩ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ବେଗୁନିଆରୁ ପ୍ରଦୀପ ସାହୁ ଓ ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ପ୍ରାର୍ଥୀ ହୋଇଛନ୍ତି। ଆଜି ସୁଦ୍ଧା ବିଜେଡି ୧୪୪ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ଏବେବି ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।
ଘୋଷଣା ହୋଇନଥିବା ନିର୍ବାଚନମଣ୍ଡଳୀ ଗୁଡ଼ିକ ହେଲା ଖଣ୍ଡପଡ଼ା, ନୀଳଗିରି ଓ କୋରେଇ। ଏହି ସବୁ ନିର୍ବାଚନମଣ୍ଡଳୀରେ ଏକାଧିକ ଆଶାୟୀ ଥିବାରୁ ବିଜେଡି ସୁପ୍ରିମୋ ପ୍ରାର୍ଥୀ ଘୋଷଣା କରିପାରିନଥିବା ଚର୍ଚ୍ଚା ହେଉଛି।