ପାଣ୍ଡିଆନ ସକ୍ରିୟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ବିଜେଡି ନେତା, ରାଜନୀତି ହଲଚଲ

0

ଭୁବନେଶ୍ୱର(ଆମ ଟିଭି): ଏବେ ବିଜେଡିକୁ ରାଜ୍ୟ ରାଜନୀତି ଜୋର ଧରିଛି। କେତେବେଳେ କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ପୁଣି ସକ୍ରିୟ ହୋଇଥିବା ଶୁଣିବାକୁ ମିଳିଛି। ଏବେ ନବୀନ ନିବାସରେ ନବୀନ ଦରବାର ଚାଲୁନି। ଏବେ ପୁଣି ପାଣ୍ଡିଆନଙ୍କ ହୁକୁମ ଚାଲିଲାଣି। ବିଜେଡିର ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ସେ ଏବେ ସେନମାଙ୍କ ସହ ଆଲୋଚନା କରୁଛନ୍ତି। ତେବେ ଏସବୁ ପୁଣି କ’ଣ ରାଜନୀତିକୁ ଫେରିବାର ସଙ୍କେତ ଦେଉଛି? କ’ଣ ପୁଣି ରାଜନୀତିରେ ସକ୍ରିୟ ହେବେ ପାଣ୍ଡିଆନ। ଏହାକୁ ନେଇ ଜୋର ଧରିଲାଣି ଓଡ଼ିଶା ରାଜନୀତି।

ତେବେ ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ବିଜେଡି ନେତା। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। BJD କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆଙ୍କ ସମେତ ଅନ୍ୟ କର୍ପୋରେଟର ଧର୍ମେନ୍ଦ୍ରଙ୍କୁ ସାକ୍ଷାତ କରିଛନ୍ତି। ଏନେଇ ଅମେରଶ କହିଛନ୍ତି, ଭୁବନେଶ୍ୱର ଗ୍ରୁପ ପକ୍ଷରୁ ଭେଟିଛୁ। ରାଜଧାନୀର ଉନ୍ନତି ପାଇଁ ଭେଟିଛୁ, ରାଜନୀତି ପାଇଁ ନୁହେଁ।

ଏହାପୂର୍ବରୁ ମଧ୍ୟ BJDର ବରିଷ୍ଠ କର୍ପୋରେଟର ଅମରେଶ ଜେନାଙ୍କୁ ଡକାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱରରେ ବାଗ୍ମୀ ବିଶ୍ୱନାଥ କରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟର ବିଭିନ୍ନ ମନ୍ତ୍ରୀଙ୍କ ଗହଣରେ ଦେଖିବାକୁ ମିଳିଥିଲା ଅମରେଶଙ୍କୁ । ଅମରେଶଙ୍କୁ ଗାଡ଼ି ପାଖକୁ ଡାକିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଭଲ ମନ୍ଦ ବି ପଚାରିଥିଲେ । ସେତେବେଳେ ଏହାକୁ ନେଇ ରାଜନୀତି ସରଗରମ ହୋଇଥିଲା।

Leave A Reply

Your email address will not be published.