ଭୁବନେଶ୍ୱର (ଆମ ଟିଭି): ବିଧାନସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଆଉ ବିରୋଧୀଙ୍କ ମଧ୍ୟରେ ଚାଲିଛି ହାଲ୍ଲାବୋଲ । ୫-ଟି, ଚାଉଳ, କ୍ରୀତଦାସ ପ୍ରସଙ୍ଗରେ ଶାସକ ଦଳକୁ ବିରୋଧୀ ଦଳ ନେତା ଟାର୍ଗେଟ କରିଥିବା ବେଳେ ଏହାର ଜବାବ ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଗୃହ ବାହାରେ ଅରୁଣ କହିଛନ୍ତି, ବିଧାନସଭା ଶୂନ୍ୟକାଳରେ ଗତ ୫ ଦିନ ଧରି ୫ କେଜି ଚାଉଳ ପ୍ରସଙ୍ଗ ଉଠାଇବାକୁ ସୁଯୋଗ ମିଳୁନାହିଁ ।ଲୋକଙ୍କ ବିଭିନ୍ନ ସମସ୍ୟାକୁ ବିଧାନସଭାରେ କହିବାକୁ ସୁଯୋଗ ଦେଉନାହାନ୍ତି ବିରୋଧୀ ।
କେନ୍ଦ୍ର ସରକାର ୫ କେଜି ଚାଉଳ କାଟି ଦେଲେ । ୭୧ ହଜାର କୋଟି ବଜେଟରୁ କଟିଲା । ଏବେ ପୁଣି କେନ୍ଦ୍ର ସରକାର ୧୭ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବା ପାଇଁ ପ୍ରସ୍ତୁତ ନାହାନ୍ତି । ପୂର୍ବରୁ ୧୩ ଲକ୍ଷ ମେଟ୍ରିକ ଟନ ବଳକା ରହୁଥିଲା । ଉଷୁନା ଚାଉଳ ନେଉନାହାନ୍ତି । ଚାଷୀ କେତେ ଅସୁବିଧାରେ ପଡିବେ ତାହା ଚିନ୍ତା ନକରି ବିରୋଧୀ ଗୃହରେ ହଟ୍ଟଗୋଳ କରୁଛନ୍ତି । ବିଜେପିର ୮ ଜଣ ସାଂସଦ ଓ ବିଧାୟକ ମାନେ ଏବାବଦରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିପାରନ୍ତେ । କିନ୍ତୁ ତାହା ନକରି ରାଜନୈତିକ ଉଦ୍ଦେଶ୍ୟ ରଖି ଗୃହରେ ହୋ-ହଲ୍ଲା କରୁଛନ୍ତି ।