ଧର୍ମଶାଳା(ଆମ ଟିଭି): ରାଜ୍ୟରେ ବିଦ୍ୟୁତ୍ ବିତରକ କମ୍ପାନିର ମନମୁଖୀ କାର୍ୟ୍ୟକୁ ନେଇ ଯାଜପୁର ଜିଲ୍ଲା ଧର୍ମଶାଳା ବିଜେପି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।
ବିଜେପି ନେତ୍ରୀ ସ୍ମୃତିରେଖା ପହିଙ୍କ ନେତୃତ୍ବରେ ଶାନ୍ତିବଜାର ସ୍ଥିତ ବିଜେପି କାର୍ୟ୍ୟାଳୟ ନିକଟରୁ ଶତାଧିକ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଜାରକା ବିଦ୍ୟୁତ୍ କାର୍ୟ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ, ସେଠରେ କିଛି ସମୟ ସଭା ଅନୁଷ୍ଠିତ ହେବାପରେ ଧର୍ମଶାଳା ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିସହ ବାରମ୍ବାର ବିଦ୍ୟୁତ କାଟକୁ ନେଇ ବିଦ୍ୟୁତ ବିଭାଗ ଓ ପ୍ରଶାସନ ଉପରେ ବର୍ଷିଥିଲା ଜିଲ୍ଲା ବିଜେପି ।