ରାଜସ୍ଥାନକୁ ଦେଶର ୧ ନମ୍ବର ରାଜ୍ୟ କରିବା ପାଇଁ ବିଜେପି ଆଗ୍ରହୀ: ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ (ଆମ ଟିଭି): ରାଜସ୍ଥାନରେ ‘ହେରିଟେଜ୍‌ ଟ୍ରେନ୍‌’ ଚଳାଚଳର ଶୁଭାରମ୍ଭ କରିବା ସହିତ ୫୦୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ କହିଛନ୍ତି, ପର୍ୟ୍ୟଟନ କ୍ଷେତ୍ରରେ ରାଜସ୍ଥାନକୁ ଦେଶର ୧ ନମ୍ବର ରାଜ୍ୟ କରିବା ପାଇଁ ‘ବିଜେପି’ ଆଗ୍ରହୀ। ରାଜସ୍ଥାନ ହେଉଛି ଗୋଟାଏ ରାଜ୍ୟ ଯେଉଁଠାରେ ପ୍ରାଚୀନ ଭାରତର ଗୌରବ ଦେଖି ହେବ। ଏଠାରେ ଭାରତର ଶୌର୍ୟ୍ୟ, ସମୃଦ୍ଧି ଓ ସଂସ୍କୃତି ପ୍ରତିଫଳିତ।

କିଛି ଦିନ ତଳେ ଯୋଧପୁରରେ ‘ଜି୨୦’ ସଭା ହୋଇଥିଲା। ସମଗ୍ର ବିଶ୍ବରୁ ଆସିଥିବା ନେତାମାନେ ରାଜସ୍ଥାନର ପ୍ରଶଂସା କରିଥିଲେ। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୯ ବର୍ଷ ମଧ୍ୟରେ ୩୭୦୦ କିଲୋମିଟର୍‌ ରେଳପଥ ବିଦ୍ୟୁତ୍‌କରଣ କରାଯାଇଛି। ଡିଜେଲ୍ ଇଞ୍ଜିନ୍‌ ପରିବର୍ତ୍ତେ ଉକ୍ତ ରେଳପଥରେ ବିଜୁଳି ଇଞ୍ଜିନ ଟ୍ରେନ୍‌ ଚାଲିବ। ଏହା ରାଜସ୍ଥାନରେ ପ୍ରଦୂଷଣ ହ୍ରାସ କରି ବାୟୁକୁ ନିରାପଦ ରଖିବ।

Leave A Reply

Your email address will not be published.