ଆସନ୍ତାକାଲି ଗାଁ’କୁ ଫେରିବ ସହିଦ୍ ପୁଅର ପାର୍ଥିବ ଶରୀର

0

ନୂଆଦିଲ୍ଲୀ (ଆମ ଟିଭି): ସିକ୍କିମ ପ୍ରଳୟଙ୍କାରୀ ବନ୍ୟାରେ ସହିଦ ହୋଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର ଆସନ୍ତାକାଲି ଜନ୍ମମାଟିକୁ ଫେରିବ । ଢେଙ୍କାନାଳ କାମାକ୍ଷାନଗର କେନ୍ଦୁଢିପ ଗାଁ’ରେ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ । ପରିବାରକୁ ଯାହା ଆବଶ୍ୟକ ଅଛି ସବୁ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସିକ୍କିମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଭାସିଯାଇଥିଲେ ୨୩ ଜଣ ଯବାନ ।

ବନ୍ୟାର ୨ ଦିନ ପରେ କଦୁଅ ଭର୍ତ୍ତି ସେନା ଗାଡି ଭିତରୁ ସରୋଜଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଗତକାଲି ଅପରାହ୍ଣରେ ତାଙ୍କ ବଡ଼ଭାଇଙ୍କ ମୋବାଇଲକୁ ଉଦ୍ଧାର ୫ ଯବାନଙ୍କ ମୃତଦେହର ଫଟୋ ଆସିଥିଲା । ସେଥିରୁ ଭାଇ ମନୋଜ ସରୋଜଙ୍କୁ ଚିହ୍ନଟ କରିଥିଲେ । ଏହା ପରେ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗତ ଫେବ୍ରୁଆରୀ ମାସରେ ବିବାହ କରିଥିଲେ ସରୋଜ ।

Leave A Reply

Your email address will not be published.