ବ୍ରହ୍ମଗିରି: ମଝି ଚିଲିକାରେ ଫସିଲା ଡଙ୍ଗା । ଅଟକିଛନ୍ତି ୪୦ ଯାତ୍ରୀ । ଯାନ୍ତ୍ରିକ ତ୍ରୁଟି ପାଇଁ ଦୁଇ ଘଣ୍ଟା ହେଲାଣି ଡଙ୍ଗା ଫସି ରହିଛି । ସକାଳ ୭ଟା ବେଳେ ବ୍ରହ୍ମଗିରି ସାତପଡ଼ା ନିକଟରୁ ଡଙ୍ଗା ବାହାରିଥିଲା । ମଝିରେ ମେସିନ୍ ଖରାପ ହୋଇଯିବାରୁ ଡଙ୍ଗାଟି ଫସି ରହିଛି। ଡଙ୍ଗା ଭିତରେ ୪୦ ଜଣ ଯାତ୍ରୀ ଓ ୨୦ଟି ବାଇକ ରହିଛି। ଉଦ୍ଧାର ପାଇଁ ଘାଟ ମାଲିକଙ୍କ ଚେଷ୍ଟା ଜାରି ରହିଛି ।