ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ୍ ବିଦେଶ ମନ୍ତ୍ରୀ

0

ନୂଆଦିଲ୍ଲୀ(ଆମ ଟିଭି): ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ୍ ବିଦେଶ ମନ୍ତ୍ରୀ । ବ୍ରିଟେନ୍ ବିଦେଶ ମନ୍ତ୍ରୀ ଜେମ୍ସ କ୍ଲେଭେର୍ଲି ପ୍ରଥମଥର ପାଇଁ ଆଜିଠାରୁ ସରକାରୀ ଗସ୍ତରେ ଭାରତ ଆସୁଛନ୍ତି। । ସେ ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ ଜୟଶଙ୍କରଙ୍କୁ ସାକ୍ଷାତ କରି ବ୍ରିଟେନ୍ ଏବଂ ଭାରତର ସମ୍ପର୍କକୁ ମଜବୁତ କରିବା ପାଇଁ ଆଳୋଚନା କରିବେ । ମୁମ୍ବାଇରେ ଆଜି ୨୦୦୮ ତାଜ୍ ପ୍ୟାଲେସ୍ ହୋଟେଲ୍ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ସେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ । ଆସନ୍ତାକାଲି ସେ ନୂଆଦିଲ୍ଲୀ ଯାଇ ଜାତିସଂଘ, ନିରାପତ୍ତା ପରିଷଦ, ଆତଙ୍କବାଦ ନିରୋଧୀ ସମିତିର ସ୍ୱତନ୍ତ୍ର ବୈଠକରେ ଯୋଗଦେବେ।

ସେହି ବୈଠକରେ ଅନ୍ଲାଇନ୍ ଆତଙ୍କବାଦର ମୁକାବିଲା କରିବା ସମ୍ପର୍କରେ ନିଜର ମତ ରଖିବେ । ବ୍ରିଟେନ୍ର ବିଦେଶ ମନ୍ତ୍ରୀ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କରଙ୍କ ସହ ମଧ୍ୟ ୨୦୩୦ ରୋଡ୍ ମ୍ୟାପ୍  ସମ୍ପର୍କରେ ଆଲୋଚନା କରିବେ। ତେବେ ଋଷି ସନକ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ପରେ କ୍ଲେଭେର୍ଲିଙ୍କ ଏହି ଗସ୍ତକୁ ବେଶ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି।

 

Leave A Reply

Your email address will not be published.