ଆସନ୍ତା ୨୧ରୁ ବିଧାନସଭାର ବଜେଟ୍ ଅଧିବେଶନ

0

ଭୁବନେଶ୍ୱର (ଆମ ଟିଭି): କେନ୍ଦ୍ରର ବଜେଟ୍ ପରେ ଏବେ ସମସ୍ତଙ୍କର ନଜର ରହିଛି ଓଡ଼ିଶାର ବଜେଟ୍ ଉପରେ । ଆସନ୍ତା ୨୧ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାୁଛି । ଫେବ୍ରୁଆରୀ ୨୪ରେ ବଜେଟ ଉପସ୍ଥାପିତ ହେବ । ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏପ୍ରିଲ ୬ ପର୍ୟ୍ୟନ୍ତ ବଜେଟ ଅଧିବେଶନ ଚାଲିବ ।

୨ଟି ପର୍ୟ୍ୟାୟରେ ଏହି ବଜେଟ ଅଧିବେଶନ ଚାଲିବ । ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୨ ଯାଏଁ ପ୍ରଥମ ପର୍ୟ୍ୟାୟ ଅଧିବେଶନ ଚାଲିବ । ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ଯାଏଁ ଦ୍ୱିତୀୟ ପର୍ୟ୍ୟାୟ ବଜେଟ ଅଧିବେଶନ ଚାଲିବ ।

Leave A Reply

Your email address will not be published.