ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ

0

ନୂଆଦିଲ୍ଲୀ (ଆମ ଟିଭି): ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ୍ ଅଧିବେଶ । ଏହି ଅଧିବେଶନ ଜାନୁଆରି ୩୧ ତାରିଖରୁ ଆରମ୍ଭ ହେବ। ୨ଟି ପର୍ୟ୍ୟାୟରେ ଅଧିବେଶନ ହେବ ଏବଂ ଏପ୍ରିଲ ୬ ତାରିଖ ପର୍ୟ୍ୟନ୍ତ ବଜେଟ୍ ଅଧିବେଶନ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଏହି ସୂଚନା ଦେଇଛନ୍ତି। ୬୬ ଦିନର ଅବଧି ମଧ୍ୟରେ ୨୭ଟି କାର୍ୟ୍ୟଦିବସ ରହିଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ ତାରିଖରେ ବଜେଟ ଉପସ୍ଥାପନ କରିବେ। ସୀତାରମଣ ପଞ୍ଚମ ଥର ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଫେବ୍ରୁଆରି ୧୩ରୁ ମାର୍ଚ୍ଚ ୧୨ ତାରିଖ ପର୍ୟ୍ୟନ୍ତ ପ୍ରଥମ ପର୍ୟ୍ୟାୟ ଅଧିବେଶନ ଚାଲିବ। ଅନ୍ୟପକ୍ଷେ ମାର୍ଚ୍ଚ ୧୩ ତାରିଖରୁ ଏପ୍ରିଲ ୬ ତାରିଖ ପର୍ୟ୍ୟନ୍ତ ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ ଚାଲିବ।

 

Leave A Reply

Your email address will not be published.