କେସି ଆରଙ୍କୁ ସାକ୍ଷାତ କରିଲେ ଗିରିଧର
ଭୁବନେଶ୍ୱର : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନଜର ଏବେ ଓଡ଼ିଶା ଉପରେ। ଓଡ଼ିଶାରେ ନିଜ ଦଳର କାୟା ବିସ୍ତାର କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେଣି ଚନ୍ଦ୍ରଶେଖର । ଆଉ ୨୦୨୪ ନିର୍ବାଚନ ପାଇଁ ଦଳର ମଙ୍ଗ ଧରିବାକୁ ଗମାଙ୍ଗ ବାପପୁଅଙ୍କୁ ଦେଇଛନ୍ତି ଅଫର।
ଗତକାଲି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗାମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦଶେଖର ରାଓଙ୍କୁ ହାଇଦ୍ରାବାଦରେ ଭେଟିଥିଲେ। ଏହି ଅବସରରେ କେସିଆର୍ ସେମାନଙ୍କୁ ତାଙ୍କ ଦଳ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍)ରେ ସାମିଲ ହେବାକୁ ଅଫର ଦେଇଥିଲେ।