ଠକୁଛନ୍ତି ବେଆଇନ୍ ଲୋନ୍ ଆପ୍, ଗୁଗଲକୁ ଚିଠି ଲେଖିଲା ଓଡ଼ିଶା ପୁଲିସ
ଭୁବନେଶ୍ବର (ଆମ ଟିଭି): ବେଆଇନ୍ ଆପ୍ ମାଧ୍ୟମରେ ଜନସାଧାରଣ ଠକେଇର ଶିକାର ହେଉଥିବା ଅନେକ ଅଭିଯୋଗ ଆସିବା ପରେ ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା ‘ଗୁଗଲ ପ୍ଲେ ଷ୍ଟୋର୍’କୁ ଚିଠି ଲେଖିଛି। ଇଓଡବ୍ଲ୍ୟୁର ଅପରାଧିକ ତଦନ୍ତ ଶାଖା ତରଫରୁ ଗୁଗଲର ଲିଗାଲ ଇନ୍ଭେଷ୍ଟିଗେସନ ସପୋର୍ଟକୁ ଲେଖାଯାଇଥିବା ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ୪୫ଟି ଠକେଇ ଲୋନ୍ ଆପ୍ସ ସଂପର୍କରେ ତଥ୍ୟ ଦିଆଯାଉ। ଏଥି ସହିତ ଏହି ଆପ୍ସଗୁଡ଼ିକ ଉପରେ ରୋକ ଲଗାଯାଉ। ଗୁଗଲ ପ୍ଲେ ଷ୍ଟୋରରେ ‘କୋକୋ ଲୋନ୍ ଓ ଜୋଲୋ ଲୋନ୍’ ଆପ୍ସ ମାଧ୍ୟମରେ ଲୋନ୍ ଠକେଇ ନେଇ ପୂର୍ବରୁ ଅଭିଯୋଗ କରିଥିଲୁ। ଏହି ଆପକୁଡ଼ିକୁ ହଟାଇବା ଲାଗି କହିଛି ପ୍ଲେଷ୍ଟୋର।
ଏସ୍ପି (ଇଓଡବ୍ଲ୍ୟ) ଚିଠିରେ ଗୁଗଲକୁ ଲେଖିଛନ୍ତି ଯେ, ଆମେ ଆଶା କରୁଛୁ ଗ୍ରାହକଙ୍କୁ ଠକୁଥିବା ଲୋନ୍ ଆପ ଗୁଡ଼ିକ ମଧ୍ୟରେବେ ଲୋନ୍ ଆପ୍, ଗୋ କ୍ୟାସ୍, ଗୋ ଗୋ ଲୋନ୍, ଆଇଏନ୍ଏସ୍ ଲୋନ୍, ଆସନ୍ ଲୋନ୍, ଫାଷ୍ଟକ୍ୟାସ୍/କ୍ୟାସ୍ ଫାଷ୍ଟ, ଫ୍ଲିପ୍କ୍ୟାସ୍, ରୁପି ୱାଲେଟ, ରୁପି କିଙ୍ଗ୍, ଫାଷ୍ଟ ରୁପି, ଇଜି କ୍ରେଡିଟ୍ ଲୋନ୍, କ୍ୟାସ୍ କୋଲା, ଇନଫାଇନେଟି, ସନ୍ସାଇନ୍, ଏଜାଇଲ ଲୋନ୍, ଆଗ୍ଲୋନ୍, କ୍ରେଡିଟ୍ ୱାଲେଟ୍, ଓବି କ୍ୟାସ୍ ୱାଲେଟ୍, ଅନ୍ଷ୍ଟ୍ରିମ୍ ଆପ୍ ଓ ମନି ଟ୍ରି ଆପ୍ ମାଧ୍ୟମରେ ଠକେଇ ହେଉଛି। ସେହିପରି ଡିସ୍କଭର ଲୋନ୍, କ୍ୟାସ୍ ପକେଟ, ହ୍ୟାଲୋ ରୁପି, ସ୍ମଲ କ୍ରେଡିଟ୍, ମନି ହାଉସ୍/କ୍ରାଇଷ୍ଟାଲ ଲୋନ୍, ଫ୍ରେସ୍ ଲୋନ୍, କ୍ୟାସ୍ ରୁମ୍, ପେସିନ ବି, ଲାଇଫ ଷ୍ଟ୍ରିମ୍ ଲୋନ୍, ଷ୍ଟାର ଲୋନ୍, ୟେସ୍ ରୁପି, ଏସଲାଇଟ୍ ଲୋନ୍, ଆରିଏକୋ ଲୋନ୍, ଫାଷ୍ଟ କଏନ୍/କ୍ୟାସ ଆଡଭାନ୍ସ, ଲକି ରୁକି/କୁଇକ୍ଲୋନ/ବାଇକ୍ଲୋନ୍/କାସ ମାର୍କେଟ/ମନି ଲୋନ୍, ଫାୟର କ୍ରେଡିଟ ଲୋନ୍, ଓକେ ରୁପି ଲୋନ୍, ହୋନ୍ଲେନ୍/ରୁପି ଟାଇଗର/ଗେଟା କ୍ୟାସ/ଲିଟିଲ ବୋରୋ/ରିଚ କ୍ୟାସ୍, ରୁପି ସ୍ପାର୍କ, ମୋର କ୍ୟାସ୍/ଫିସ୍ ଲୋନ୍, ଫ୍ଲାସ ରୁପି/ ଧାନି ଲୋନ୍, ମ୍ୟାଜିକ ମନି ଲୋନ୍, ମନି ଭୋଲ୍ଟ, ଓ ଇନଷ୍ଟାଣ୍ଟ ଲୋନ୍/ଦତ୍ତାଲୋନ୍ ବାଇକ୍ ଲୋନ୍/ମୋବାଇଲ ଲୋନ୍ ଆପ୍ ରହିଛି। ଯଥାଶୀଘ୍ର ଏମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।