ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ‘ସିଏମ କିଷାନ’

0

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ କିଷାନ ଯୋଜନା। ଏନେଇ ବିଧାନସଭାରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ଦେଇ ଏହା କହିଛନ୍ତି କୃଷି ମନ୍ତ୍ରୀ କେ.ଭି ସିଂହଦେଓ। ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ହଜାର ଟଙ୍କା।

ସିଏମ୍‌‌ କିଷାନ ଯୋଜନାରେ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨ହଜାର ୫ଶହ ଟଙ୍କା। ନୂଆ ହିତାଧିକାରୀ ସାମିଲ ହେବାକୁ ହେଲେ ସିଏମ୍‌‌ କିଷାନ ପୋର୍ଟାଲରେ ଆବେଦନ କରିପାରିବେ। ରାଜ୍ୟରେ ପୂର୍ବ ସରକାର ସମୟରେ ଚାଷୀଙ୍କ ପାଇଁ କାଳିଆ ଯୋଜନା ହୋଇଥିଲା। ଏଥିରେ ଚାଷୀମାନଙ୍କୁ ୧୨ହଜାର ଟଙ୍କା ଲେଖାଏଁ ଚାରୋଟି କିସ୍ତିରେ ଅର୍ଥ ପ୍ରଦାନ କରାଯାଉଥିଲା।

Leave A Reply

Your email address will not be published.