ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ: ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପୁଲିସ ଅନୁମତି
ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟିର ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଆରମ୍ଭ ହୋଇଛି। ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି। ଏହି ପ୍ରତିବାଦର ଉଦ୍ଦେଶ୍ୟ ହେଉଛି ପେପର୍ ଲିକ୍ ଏବଂ ପରୀକ୍ଷାରେ ଅନିୟମିତତା ବିରୋଧରେ ପ୍ରତିବାଦ କରିବା। ପାର୍ଟିର ସଂସ୍ଥାପକ ଅଭିଜିତ୍ ଦିପକେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।ପୁଲିସ ପ୍ରତିବାଦ ପାଇଁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଅନୁମତି ଦେଇଛି ଏବଂ ସମସ୍ତେ ଜନ୍ତର ମନ୍ତରରେ ଏକାଠି ହୋଇଛନ୍ତି ବୋଲି ଅଭିଜିତ୍ କହିଛନ୍ତି।ଆମେରିକାର ବୋଷ୍ଟନରୁ ଦିଲ୍ଲୀ ଫେରିଥିବା ଦୀପକ ସକାଳ ୮ଟାରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ ଏବଂ ତାଙ୍କ ସମର୍ଥକମାନଙ୍କୁ ଜନ୍ତରମନ୍ତରରେ ପହଞ୍ଚିବାକୁ ଏକ ଏକ୍ସ-ପୋଷ୍ଟ ମାଧ୍ୟମରେ ନିବେଦନ କରିଥିଲେ। ପ୍ରତିବାଦକୁ ଦୃଷ୍ଟିରେ ରଖି ଜନ୍ତରମନ୍ତରରୁ ଦିଲ୍ଲୀ ବିମାନବନ୍ଦର ପର୍ୟ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।