୧ ତାରିଖରେ ନବୀନ ନିବାସ ଘେରାଉ କରିବ କଂଗ୍ରେସ

0

ଭୁବନେଶ୍ୱର (ଆମ ଟିଭି): ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆସନ୍ତା ୧ ତାରିଖରେ ନବୀନ ନିବାସ ଘେରାଉ କରାଯିବ। ‘ନବୀନ ହଟାଅ, ଓଡ଼ିଶା ବଞ୍ଚାଅ’ କାର୍ଯ୍ୟକ୍ରମ ଜରିଆରେ ଏହି ଘେରାଉ କରାଯିବ ବୋଲି ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି। କଂଗ୍ରେସ ଭବନରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରଞ୍ଜିତ କହିଛନ୍ତି , ଦୀର୍ଘ ୨୪ ବର୍ଷର ବିଜେଡି ଶାସନରେ ଓଡ଼ିଶାର ଯୁବ ସମାଜ ଉପେକ୍ଷିତ, ଲୁଣ୍ଠିତ ଏବଂ ଅତ୍ୟାଚାରିତ। ଯୁବ ସମାଜର କର୍ମସଂସ୍ଥାନ ପାଇଁ ସରକାରର କୌଣସି ସ୍ବତନ୍ତ୍ର କିମ୍ବା ଉପଯୁକ୍ତ ଯୋଜନା ନାହିଁ। ବର୍ଷକୁ ୨ ଲକ୍ଷ ନିଯୁକ୍ତି ଦେବା ପାଇଁ ଶାସକ ଦଳ ପ୍ରତିଶ୍ରୁତି ଦେଇଥିଲା।

ଏବେ ୧୦ ଲକ୍ଷ ବେକାର ଯୁବତୀଯୁବକ ନାମ ପଞ୍ଜୀକରଣ କରି ନିଯୁକ୍ତି ପାଇଁ ଚିତ୍କାର କରୁଛନ୍ତି। ନିର୍ବାଚନ ଆସିଲେ ରାଜ୍ୟ ସରକାର ଯୁବ ସମାଜକୁ ଭୁଆଁ ବୁଲାଇବାକୁ ନୂଆ ଯୋଜନା ଘୋଷଣା କରନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ‘ବିଜୁ ଯୁବବାହିନୀ’ ଘୋଷଣା ହେଲା। ରାଜ୍ୟ ରାଜକୋଷରୁ ୪୫୦ କୋଟି ଟଙ୍କା ବ୍ୟୟ କରି ଦଳୀୟ କର୍ମୀ ପୋଷିଲେ। ଏବେ ସେହି ‘ବିଜୁ ଯୁବବାହିନୀ’ ଯୋଜନା ଆଉ ନାହିଁ। ୨୦୨୪ ନିର୍ବାଚନରେ ଯୁବଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଯେଉଁ ‘ସ୍ବୟମ୍‌’ ଯୋଜନା ପ୍ରଣୟନ କରାଯାଇଛି ତାହା କେବଳ ଭୁଆଁ ବୁଲାଇବାକୁ ଉଦ୍ଦିଷ୍ଟ ବୋଲି ରଞ୍ଜିତ କହିଛନ୍ତି।

Leave A Reply

Your email address will not be published.