ଭୁବନେଶ୍ୱର (ଆମ ନ୍ୟୁଜ୍): ପୁଣି ଆକ୍ସନ ମୁଡରେ କଂଗ୍ରେସ । ପ୍ରତି ଜିଲ୍ଲାରେ ୭୫ କିଲୋମିଟର ପଦଯାତ୍ରା କରିବ କଂଗ୍ରେସ । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, ଅଗଷ୍ଟ ୯ରୁ ୧୪ ତାରିଖ ପର୍ୟ୍ୟନ୍ତ ପଦଯାତ୍ରା କରିବ କଂଗ୍ରେସ କ୍ଷ ଦେଶ ସ୍ବାଧୀନତାର ୭୫ବର୍ଷ ପୁରୁଥିବାରୁ ଏଆଇସିସି ଏହି ନିଷ୍ପତ୍ତି ନେଇଛି ।
ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରିବ କଂଗ୍ରେସ । ଏହି ପଦଯାତ୍ରାରେ ସ୍ଥାନୀୟ ବିଧାୟକ, ବରିଷ୍ଠ ନେତା, ସାଂସଦ ପ୍ରାର୍ଥୀ, ବ୍ଲକ୍ ଅଧ୍ୟକ୍ଷଙ୍କ ସମେତ ବରିଷ୍ଠ ନେତା ଯୋଗଦେବେ । ଆଗାମୀ ଦିନରେ କିପରି କଂଗ୍ରେସ ତୃଣମୂଳ ସ୍ତରରେ ପହଞ୍ଚିପାରିବ, ସେନେଇ ଯୋଜନା କରୁଛି ଦଳ ।