କଂଗ୍ରେସର କାର୍ଯ୍ୟକାରିଣୀ ନିର୍ବାଚନୀ ସଭାରେ ସାମିଲ୍ ହେବେନି ଗାନ୍ଧୀ ପରିବାର

0

ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସର ମଙ୍ଗ ଏବେ ଧିରେ ଧିରେ ଗାନ୍ଧୀ ପରିବାର ହାତରୁ ଖସିବାକୁ ଯାଉଛି । ଦଳ ଗଠନ ହେବା ଠାରୁ ଏହା ବିଶେଷ କରି ନେହରୁ ଓ ଗାନ୍ଧୀ ପରିବାରର ନେତୃତ୍ୱରେ ଚାଲୁଥିଲା । ହେଲେ ବିଜେପି ସରକାର ଆସିବା ପରେ କଂଗ୍ରେସ ଛତ୍ରଭଙ୍ଗ ଦେବା ଭଳି ମନେ ହେଉଛି । ଅନେକ ବରିଷ୍ଠ ନେତା ଦଳ ଛାଡି ସାରିଛନ୍ତି ତ ଅନେକ ନେତା ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ଭରସା କରିପାରୁନାହାଁନ୍ତି । ଏହାରି ମଧ୍ୟରେ କଂଗ୍ରେସର ଅଧ୍ୟକ୍ଷ ପଦରେ ଏବେ ମଲ୍ଲିକାର୍ଜୁନ ଖଡଗେ ବସିଥିବା ବେଳେ ଏବେ କାର୍ୟ୍ୟକାରିଣୀ ନିର୍ବାଚନରେ ଯାହା ଆଲୋଚନା ହେବ ସେଥିରେ ଗାନ୍ଧୀ ପରିବାର ସାମିଲ ହେବେ ନାହିଁ ବୋଲି କୁହାଯାଇଛି ।

କଂଗ୍ରେସର ୮୫ ତମ ପୂର୍ଣ୍ଣ ଅଧିବେଶନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଏହା ଛତିଶଗଡର ରାୟପୁରରେ ଅନୁଷ୍ଠିତ ହେଉଛି । ଏହି ବୈଠକରେ ଦଳର କାର୍ୟ୍ୟକାରିଣୀ ସଦସ୍ୟ ନିର୍ବାଚନ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ବୋଲି କୁହାଯାଉଥିବା ବେଳେ ଏହି ଆଲୋଚନାରେ ଗାନ୍ଧୀ ପରିବାରରୁ କେହି ଭାଗ ନେବେ ନାହିଁ ବୋଲି ସୂଚନା ରହିଛି । ସୂତ୍ର ସୂଚନା ମୁତାବକ ଏହି ଆଲୋଚନାରେ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ କି ରାହୁଲ ଗାନ୍ଧୀ ଭାଗନେବେ ନାହିଁ । ଏହି ବୈଠକରେ ଦଳର ଶୀର୍ଷ କାର୍ୟ୍ୟକାରିଣୀ କମିଟି ନିର୍ବାଚନ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।

Leave A Reply

Your email address will not be published.