ହୋଇପାରେ ହ୍ୟାକ୍…EVM ହଟାଇବାକୁ ମସ୍କଙ୍କ ଦାବି

0

ନୂଆଦିଲ୍ଲୀ (ଆମ ଟିଭି): ଆର୍ଟିଫେସିଆଲ ଇଣ୍ଟେଲିଜେନ୍ସ ତଥା AI ସହାୟତାରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)କୁ କରାଯାଇପାରେ ହ୍ୟାକ୍। ତେଣୁ ଏହାକୁ ତରନ୍ତୁ ହଟାଯାଉ। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଇଭିଏମ୍‌କୁ ନେଇ ଏଭଳି କିଛି ଦାବି କରିଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ସ୍ପେସ୍ ଏକ୍ସର ସିଇଓ ଏଲୋନ୍ ମସ୍କ।

ଶନିବାର ଏଲ୍‌ନ ମସ୍କ ଇଭିଏମ୍‌କୁ ନେଇ ଏକ ଚକିତ କଲା ଭଳି ଦାବି ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସେ ଇଭିଏମ୍‌ ମେସିନ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇଭିଏମ୍‌କୁ ହ୍ୟାକ୍‌ କରାଯାଇପାରେ। ତେଣୁ ଏହାକୁ ହଟାଇବା ଜରୁରୀ। ସୋଶାଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ ସେୟାର କରି ଆର୍ଟିଫେସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ଇଭିଏମ୍‌କୁ ହ୍ୟାକ୍‌ କରାଯାଇପାରେ ବୋଲି ସେ କହିଛନ୍ତି। ଏଥିସହ ଆମେରିକା ନିର୍ବାଚନରେ ଇଭିଏମ୍‌କୁ ହଟାଇବାକୁ ଦାବି କରିଛନ୍ତି।

Leave A Reply

Your email address will not be published.