୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

0

ନୂଆଦିଲ୍ଲୀ(ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ୫ ରାଜ୍ୟ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ । ମଧ୍ୟପ୍ରଦେଶ ସହିତ ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ସୂଚନା ମୁତାବକ, କେବଳ ଛତିଶଗଡରେ ଦୁଇଟି ପର୍ୟ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଅନ୍ୟ ୪ଟି ରାଜ୍ୟରେ ଗୋଟିଏ ପର୍ୟ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ମିଜୋରାମରେ ନଭେମ୍ବର ୭ ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ମଧ୍ୟପ୍ରଦେଶରେ ନଭେମ୍ବର ୧୭ ତାରିଖ, ରାଜସ୍ଥାନରେ ନଭେମ୍ବର ୨୩ ତାରିଖ, ତେଲେଙ୍ଗାନାରେ ନଭେମ୍ବର ୩୦ ତାରିଖ, ଛତିଶଗଡରେ ନଭେମ୍ବର ୭ ତାରିଖ ଏବଂ ନଭେମ୍ବର ୧୭ ତାରିଖ ଏବଂ ଡିସେମ୍ବର ୩ରେ ସମସ୍ତ ରାଜ୍ୟର ଭୋଟ୍ ଫଳାଫଳ ବାହାରିବ ।

Leave A Reply

Your email address will not be published.