ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ: ହୁଲୁସ୍ତୁଲୁ ହୋଇପାରେ ଗୃହ

0

ଭୁବନେଶ୍ୱର (ଆମ ଟିଭି): ଗତକାଲିଠୁ ଆରମ୍ଭ ହୋଇଥିବା ବିଧାନସଭା ବଜେଟ୍ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ । ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ଗୃହ ଆଜି ବି ସରଗରମ ରହିପାରେ । ପରସ୍ପରକୁ ମାତ୍ ଦେବାକୁ ସରକାର ଓ ବିରୋଧୀଙ୍କ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରଥମ ଦିନରେ ୧ଟାରେ ଗୃହ କାର୍ୟ୍ୟ ଆରମ୍ଭ ହୋଇଥିଲା। ପ୍ରଥମ ଦିନ ହୋଇଥିବାରୁ କାଁ ଭାଁ କିଛି ବିଧାୟକଙ୍କୁ ବାଦ୍ ଦେଲେ ପ୍ରାୟ ସମସ୍ତେ ଉପସ୍ଥିତ ଥିଲେ।ରାଜ୍ୟପାଳ ତାଙ୍କ ଅଭିଭାଷଣ ଆରମ୍ଭ କରିବା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଠିଆ ହୋଇ ପଡ଼ିଥିଲେ।

ଶ୍ରୀ ମିଶ୍ର କହିଥିଲେ, ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଛି। ସେ ଜଣେ କ୍ୟାବିନେଟ୍ ମନ୍ତ୍ରୀ। ରାଜ୍ୟ ସରକାର ଯେତେବେଳେ ଜଣେ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରିଲେନି, ତେବେ ଅନ୍ୟ ବିଧାୟକମାନେ କେତେଦୂର ସୁରକ୍ଷିତ ? ଜନସାଧାରଣ କେତେ ସୁରକ୍ଷିତ ? ରାଜ୍ୟପାଳ ମହୋଦୟ, ଆପଣଙ୍କ ସରକାର ପ୍ରଥମେ ଏସବୁର ଉତ୍ତର ରଖନ୍ତୁ। ତାହା ପରେ ଅଭିଭାଷଣ ପ୍ରଦାନ କରନ୍ତୁ ।

ତେବେ ରାଜ୍ୟପାଳ ସଙ୍ଗେ ସଙ୍ଗେ ତାଙ୍କ ଅଭିଭାଷଣ ପଢ଼ିବା ଆରମ୍ଭ କରିଦେଇଥିଲେ। କଂଗ୍ରେସ ବିଧାୟକମାନେ ନାରାବାଜି କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ । ରାଜ୍ୟବାସୀ ଅସୁରକ୍ଷିତ ବୋଲି ଅଭିଯୋଗ କରି ହୋହଲ୍ଲା କରିଥିଲେ । କିଛି ସମୟ ପରେ ବିଜେପି ବିଧାୟକମାନେ ମଧ୍ୟ ଠିଆ ହୋଇପଡ଼ିଥିଲେ । ରାଜ୍ୟର ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇ ସରକାରଙ୍କ ବିରୋଧରେ ନାରାବାଜି ଆରମ୍ଭ କରିଦେଲେ । ଗୃହ ମଧ୍ୟ ଭାଗକୁ ବି ମାଡ଼ି ଆସିଲେ। ଫଳରେ କଂଗ୍ରେସ ଓ ବିଜେପି ସଭ୍ୟଙ୍କ ହୋହଲ୍ଲା ଭିତରେ ରାଜ୍ୟପାଳଙ୍କ ଭାଷଣ ଶୁଣାଯାଉ ନ ଥିଲା । ୧୦ ମିନିଟ୍ ପରେ ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ ।

 

 

Leave A Reply

Your email address will not be published.