ଇଡି ସାମ୍ନାରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

0

ନୂଆଦିଲ୍ଲୀ (ଆମ ଟିଭି): ଇଡି ଜାଲରେ ପଡ଼ିଛନ୍ତି ଦିଳ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଇଡି ନିକଟରେ ହାଜର ହେବେ ନାହିଁ। ଆମ୍ ଆଦମୀ ପାର୍ଟିର ଆବାହକ ଅରବିନ୍ଦ କେଜ୍ରିୱାଲ ଇଡିକୁ ଜବାବ ପଠାଇଛନ୍ତି ଯେ ସେ ଆଜି ଇଡି କାର୍ୟ୍ୟାଳୟକୁ ଯିବେ ନାହିଁ ଏବଂ ପଚରାଉଚରାରେ ଯୋଗ ଦେବେ ନାହିଁ। ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ଅର୍ଥାତ୍ ଜାନୁଆରି ୩ ତାରିଖରେ ତୃତୀୟ ଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଇଡି ସମନ କରିଛି।

ଇଡିର ତୃତୀୟ ସମନ୍ ଉପରେ ଆମ୍ ଆଦମୀ ପାର୍ଟି କହିଛି ଯେ, ଅରବିନ୍ଦ କେଜ୍ରିୱାଲ ଇଡି ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଇଡିର ନୋଟିସ୍ ବେଆଇନ। ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ସେମାନଙ୍କ ଉଦ୍ଦେଶ୍ୟ। ସେମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଚାରରୁ ରୋକିବାକୁ ଚାହୁଁଛନ୍ତି। ଆପ୍ ପ୍ରଶ୍ନ ଉଠାଇଛି ଯେ ନିର୍ବାଚନ ପୂର୍ବରୁ କାହିଁକି ଏହି ନୋଟିସ୍ ଜାରି କରାଗଲା?

Leave A Reply

Your email address will not be published.