ଭୁବନେଶ୍ବର (ଆମ ଟିଭି): ଭୁବନେଶ୍ୱରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ବୈଠକ ପରେ ଦିଲୀପ ରାୟ ବଡ଼ ସୂଚନା ଦେଇଛନ୍ତି । ରାଜ୍ୟସଭା ନିର୍ବାଚନ ନେଇ ନିର୍ବାଚନୀ ରଣନୀତି ଉପରେ ବୈଠକରେ ଆଲୋଚନା ହୋଇଛି ବୋଲି ଦିଲୀପ ରାୟ କହିଛନ୍ତି । ଦିଲୀପ ରାୟ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ହେଉଛି ।
ପୁଣି ଥରେ ୨୦୦୨ ପରି ବିଜୟ ହାସଲ କରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଦିଲ୍ଲୀପ ରାୟ । ରାଜ୍ୟସଭା ନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ନାମାଙ୍କନ ଦାଖଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିରଖୁଛୁ ଯେ, ଗତକାଲି ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ । ଏହାପରେ ରାଜ୍ୟ ବିଜେି କାର୍ଯ୍ୟାଳୟରେ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଦଳୀୟ ନେତୃତ୍ବଙ୍କ ସହ ଆଲୋଚନା କରିଥିଲେ ।