ବିଶାଳ ରାଲି କରି ଶକ୍ତି ପ୍ରଦର୍ଶନ କଲେ ଦିଲ୍ଲୀ ରାୟ, ଆଜି ଭରିବେ ନାମାଙ୍କନ ପତ୍ର

0

ଆଠଗଡ଼ ବିଧାନସଭା ଆସନ ପାଇଁ ନୋମିନେସନ ଭରିବାକୁ ଗଲେ ବିଜେଡିର ହେଭିୱେଟ୍ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପ୍ରତି ଥର ଭଳି ଚଳିତ ବର୍ଷ ମଧ୍ୟ ନିଜ ୪୦ ବର୍ଷ ତଳର ସ୍କୁଟର ନେଇ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଛନ୍ତି ରାଜା ସ୍ୱାଇଁ । ସକାଳୁ ସକାଳୁ ବାବା ଧବଳେଶ୍ୱରଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହ ବାଇକ ଶୋଭାଯାତ୍ରାରେ ନାମାଙ୍କନ ଭରିବାକୁ ବାହାରିଛନ୍ତି ରାଜା ।

୨୦୧୨ ମସିହାରୁ ଏହି ଆସନରେ ରାଜା ଜିତି ଆସୁଛନ୍ତି । ସେପଟେ ରାଉରକେଲାରେ ସମର୍ଥକଙ୍କ ସହ ବିଶାଳ ରାଲି କରିଛନ୍ତି ଦିଲ୍ଲୀପ ରାୟ । କର୍ମୀ ଓ ସମର୍ଥକଙ୍କ ସହ ବିର୍ସାମୁଣ୍ଡା ଛକରୁ ବିଶାଳ ରାଲିରେ ଯାଇ ଏଡିଏମଙ୍କ ଅଫିସରେ ପହଞ୍ଚି ନାମାଙ୍କନ ଦାଖଲ କରିବେ ଦିଲ୍ଲୀପ ।

Leave A Reply

Your email address will not be published.