ଭୁବନେଶ୍ୱରରେ ପହଞ୍ଚିଲେ ଦୀପାଳି: ନବୀନଙ୍କୁ ଭେଟି ନେବେ ଆଶୀର୍ବାଦ

0

ଭୁବନେଶ୍ୱର (ଆମ ଟିଭି): ଝାରସୁଗୁଡ଼ାରେ ବିପୁଳ ବିଜୟ ପରେ ଭୁବନେଶ୍ୱରରେ ପହଞ୍ଚିଲେ ଦୀପାଳି ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରିବେ ସାକ୍ଷାତ । ଝାରସୁଗୁଡାରେ ବିପୁଳ ସମର୍ଥନ ମିଳିବା ପରେ ଆଜି ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୀପାଳି ।

ଭୁବନେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଏହି ବିଜୟ ହେଉଛି ଝାରସୁଗୁଡାବାସୀଙ୍କର, ଏହି ବିଜୟ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର । ଏହି ଉପ-ନିର୍ବାଚନରେ ଦଳର ଅନେକ ବରିଷ୍ଠ ନେତୃମଣ୍ଡଳି ବହୁତ ପରିଶ୍ରମ କରଛନ୍ତି । ସମସ୍ତଙ୍କୁ ଭେଟି ସମସ୍ତଙ୍କଠୁ ଆଶୀର୍ବାଦ ନେବି ।

Leave A Reply

Your email address will not be published.