ଭାରତର ଏହି ରାଜ୍ୟ ପାଳନ କରେ ନାହିଁ ସ୍ୱାଧୀନତା ଦିବସ ?

0

ନୂଆଦିଲ୍ଲୀ (ଆମ ଟିଭି): ଚଳିତ ବର୍ଷ ସାରା ଦେଶ ପାଳିବ ୭୯ତମ ସ୍ୱାଧୀନତା ଦିବସ। ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ ସାରା ଦେଶ ଏହାକୁ ପାଳନ କରିବା ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ୭୯ତମ ସ୍ୱାଧୀନତା ଦିବସ ଅବସରରେ ‘ହରଘର ତ୍ରିରଙ୍ଗା’ ଅଭିଯାନକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ସମସ୍ତେ ତତ୍ପର ହୋଇ ଉଠିଛନ୍ତି । କିନ୍ତୁ ଆମ ଦେଶ ଭିତରେ ରହି ମଧ୍ୟ ଏମିତି ଏକ ରାଜ୍ୟ ଅଛି ଯେଉଁଠି ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରାଯାଏ ନାହିଁ। ଆଶ୍ଚର୍ଯ୍ୟ ଲାଗୁଛି ନା ? ଆମେ ଆପଣଙ୍କୁ କହୁଛୁ ଗୋଆ ରାଜ୍ୟ ବିଷୟରେ। ଯେଉଁଠି ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯିବ ନାହିଁ। ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଗୋଆରେ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରାଯାଏ ନାହିଁ କାହିଁକି?

୧୫ ଅଗଷ୍ଟ ୧୯୪୭ରେ ଭାରତ ଇଂରେଜମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ସ୍ୱାଧୀନ ହୋଇ ସାରିଥିଲା। କିନ୍ତୁ ଗୋଆ ହେଉଛି ସେହି ରାଜ୍ୟ ଯେଉଁଠି ଭାରତ ସ୍ୱାଧୀନତା ପାଇବା ପରେ ବି ପର୍ତ୍ତୁଗୀଜଙ୍କର ଶାସନ ଚାଲୁଥିଲା। ଏଥିପାଇଁ ଗୋଆ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରେ ନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୋଆରେ ପ୍ରାୟ ୪୦୦ ବର୍ଷ ଧରି ପର୍ତ୍ତୁଗୀଜମାନେ ଶାସନ କରିଥିଲେ । ଭାରତକୁ ସ୍ୱାଧୀନତା ମିଳିବା ପରେ ଗୋଆ ୧୪ ବର୍ଷ ଅର୍ଥାତ୍ ୧୯୬୧ ମସିହାରେ ଯାଇ ପର୍ତ୍ତୁଗୀଜଙ୍କ ଠାରୁ ମୁକ୍ତ ହେଲା।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୧୫୧୦ରେ ପର୍ତ୍ତୁଗୀଜମାନେ ଗୋଆ ଉପରେ ଆକ୍ରମଣ କରିଥିଲେ। ଆଉ ଏହା ପର ଠାରୁ ହିଁ ଗୋଆ ସେମାନଙ୍କ କବଜାକୁ ଆସି ଯାଇଥିଲା। ଏହାବ୍ୟତୀତ ଭାରତ ସରକାର ଅନେକ ଥର ଗୋଆକୁ ପର୍ତ୍ତୁଗୀଜଙ୍କ ଠାରୁ ମୁକ୍ତ କରାଇାବା ପାଇଁ ଚେଷ୍ଟା ଚଳାଇ ଥିଲେ। କିନ୍ତୁ ପର୍ତ୍ତୁଗୀଜମାନେ ଗୋଆ ଛାଡିବାକୁ ମନା କରିଦେଲେ। କାହିଁକିନା ଗୋଆକୁ ମସଲା ବେପାର ପାଇଁ ଏକ ବହୁତ ମହତ୍ତ୍ୱପୂର୍ଣ୍ଣ ଜାଗା ବୋଲି କୁହାଯାଉଥିଲା। ମସଲା ବ୍ୟବସାୟରେ ପର୍ତ୍ତୁଗୀଜମାନଙ୍କୁ ବହୁତ ଲାଭ ମିଳୁଥିଲା। ଖାସ୍‌ ଏଥିପାଇଁ ସେ ଗୋଆରେ ନିଜର ଶାସନକୁ ଏତେ ଲମ୍ବା ସମୟ ଧରି ଚଳାଇଲେ।

ଭାରତ ସ୍ୱାଧୀନତା ପାଇବା ପରେ ଗୋଆ ସ୍ୱାଧୀନ ହେବାକୁ ଅନେକ ପ୍ରଚେଷ୍ଟା କରିଥିଲା । କିନ୍ତୁ ପର୍ତ୍ତୁଗୀଜମାନେ ସବୁ ଥର ଦେଶ ଛାଡିବାକୁ ଅରାଜି ହେଉଥିଲେ । ଏହାଛଡା ପର୍ତ୍ତୁଗାଲ ସରକାର ସହିତ ଭାରତ ସରକାର ଆଲୋଚନା କରିଥିଲେ । ତେବେ ସବୁ ପ୍ରଚେଷ୍ଟା ଫେଲ୍ ହୋଇ ଚାଲିଲା। କିନ୍ତୁ ପରେ ଭାରତ ସରକାର ଗୋଆକୁ ସ୍ୱାଧୀନତା ଦେବା ପାଇଁ ଏୟାର ଷ୍ଟ୍ରାଇକ ନିମନ୍ତେ ପ୍ରସ୍ତୁତି ଆରମ୍ଭ କଲେ । ପୁଣି ନିଜ ସ୍ଥଳ ସେନାକୁ ବି ଲଢ଼େଇ ପାଇଁ ପ୍ରସ୍ତୁତ କରି ରଖିଲେ। ଆଉ ଏହି ଉଦ୍ୟମ ସଫଳ ହେଲା ଏବଂ ୧୯ ଡିସେମ୍ବର ୧୯୬୧ରେ ଗୋଆ ପର୍ତ୍ତୁଗୀଜଙ୍କ ଠାରୁ ମୁକ୍ତ ହେଲା । ତେଣୁଏହି କାରଣ ପାଇଁ ଗୋଆ ନିଜର ସ୍ୱାଧୀନତା ଦିବସ ୧୫ ଅଗଷ୍ଟ ନୁହେଁ ବରଂ ୧୯ ଡିସେମ୍ବରକୁ ପାଳନ କରିଥାଏ।

Leave A Reply

Your email address will not be published.