ଡବଲ୍ ମଜା, ଡବଲ୍ ଫନ୍ – କଞ୍ଚା ଲଙ୍କାର ‘ଲାଫ୍ ଏକ୍ସପ୍ରେସ୍’ ଫେରିଲା ପାବାର ପ୍ୟାକ୍ ୫ ଓଡ଼ିଆ ହାସ୍ୟକାରଙ୍କ ସହ!
ଭୁବନେଶ୍ୱର (ଆମ ଟିଭି): ୧ ଡିସେମ୍ବର, ୨୦୨୪ ତାରିଖରେ ବହୁ ଲୋକପ୍ରିୟତା ହାସଲ କରିଥିବା କମେଡି ସୋ ‘ଲାଫ୍ ଏକ୍ସପ୍ରେସ୍’ ଏଥର ୫ ନୂଆ ହାସ୍ୟକରଙ୍କୁ ନେଇ ଆସୁଛିI ଅକ୍ଟୋବେରରେ ରିଲିଜ ହେଇଥିବା ୩ଟି ହାସ୍ୟକାରଙ୍କ ଷ୍ଟାଣ୍ଡଅପ୍ ଅନେକ ଲୋକପ୍ରିୟତା ହାସଲ କରିଥିଲାI ଏଥର ୫ ନୂଆ ସମ୍ବେଦନଶୀଳ ହାସ୍ୟକରମାନେ ଓଡ଼ିଆରେ ପରିବେଷଣ କରିଛନ୍ତିI
ଏହି କଳାକାରମାଙ୍କ କମେଡି ପଞ୍ଚଲାଇନ୍-ପ୍ୟାକ୍ ହୋଇଥିବା ଥଟ୍ଟାମଜା ପରିବେଷଣର ପ୍ରତିଶୃତି ଦେଇଛି ଏହି ନୂଆ ଭାଗ ଗୁଡିକI ଏହା ସ୍ଥାନୀୟ ସ୍ୱାଦ, ପ୍ରାସଙ୍ଗିକ ହାସ୍ୟରସ ଏବଂ ଓଡ଼ିଆର ଅନନ୍ୟ ପରିଚୟକୁ ବ୍ୟଙ୍ଗାତ୍ମକ ଭଙ୍ଗୀରେ ପ୍ରକାଶ କରାଯାଇଛିI ଏକ ନିଆରା ଓ ନୂଆ ବେଶରେ କମେଡିକୁ ସ୍ରୋତାମାନଙ୍କ ଆଖି ଆଗରେ ପ୍ରକାଶ କରିବାର ଚେଷ୍ଟାରେ ଓଡିଶାର ଘରୋଇ ଓ ଅଗ୍ରଣୀ ଓଟଟି ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପ୍ରୟାସ ଜାରି ରଖିଛିI ‘ଷ୍ଟାଣ୍ଡଅପ୍ କମେଡି’ ଭଳି ଏକ ବାସ୍ତବିକ ପରିବେଷଣକୁ ଦର୍ଶକଙ୍କ ସାମ୍ନାରେ ରଖିବା, ଯାହା ଦେଶ ବିଦେଶରେ ବେଶ ଲୋକପ୍ରିୟତା ହାସଲ କରିଛି ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଏହାର ବହୁତ ଜନପ୍ରିୟତା ରହିଅଛିI ଏ ସବୁକୁ ଆଖି ଆଗରେ ରଖି, କଞ୍ଚା ଲଙ୍କାରେ ଓଡ଼ିଆ ଭାଷାରେ ଏହି କମେଡି ଆଜିର ଦର୍ଶକମାନଙ୍କୁ ଭଲ ଲାଗିବI

କଞ୍ଚା ଲଙ୍କାର ପ୍ରତିଷ୍ଠାତା ଅକ୍ଷୟ ପରିଜା କହିଛନ୍ତି ‘ହିନ୍ଦୀ ହାସ୍ୟାଭିନେତାଙ୍କ ପ୍ରତି ଆମର ଦର୍ଶକ ପ୍ରତିକ୍ରିୟା ଅତ୍ୟଧିକ ଥିଲା I ହିନ୍ଦୀରେ କମେଡି ଭାରତ ସାରା ହେଉଥିବା ବେଳେ, ଓଡ଼ିଆରେ ଏହାକୁ ଅନୁଭବ କରିବା ପ୍ରକୃତରେ ଅତି ମନୋରଞ୍ଜନରେ ଭରପୁର ରହିବI ଓ ଦର୍ଶକ ମାନଙ୍କୁ ନିଶ୍ଚିତ ଭଲ ଲାଗିବ I’
ପୂର୍ବରୁ ଅନଲାଇନରେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ଏହି ଓଡ଼ିଆ ହାସ୍ୟାଭିନେତାମାନେ ଏବେ ନିଜର ବୁଦ୍ଧି ଓ ଆକର୍ଷଣ ବଳରେ ଦର୍ଶକଙ୍କ ମନ ଜିଣୁଛନ୍ତି। ଆପଣ କଲେଜ୍ ଛାତ୍ର ହୁଅନ୍ତୁ, କର୍ମଜୀବୀ ବୃତ୍ତିଧାରୀ ହୁଅନ୍ତୁ କିମ୍ବା ସର୍ବାଙ୍ଗୀନ ଓଡ଼ିଆ ସଂସ୍କୃତି ପ୍ରେମୀ ହୁଅନ୍ତୁ। ଏହି ଓଡ଼ିଆ ହାସ୍ୟକାରମାନେ ଏଇ ସବୁକୁ ନେଇ ଥଟ୍ଟାମଜା କରନ୍ତିI ଓଡିଶାର ଆଧୁନିକ ଜୀବନ ବିଷୟରେ ହାସ୍ୟାସ୍ପଦ କରି, ଓଡିଆ ଖାଦ୍ୟ ଏବଂ ପରମ୍ପରା ଉପରୁ ନିଆଯାଇଥିବା ବହୁ ଅଂଶ ବିଶେଷରୁ ଏହି ସବୁ ଆଦୃତI ସେଥିପାଇଁ ଡିସେମ୍ବର ୧, ୨୦୨୪ ତାରିଖରୁ ଦେଖିବା ପାଇଁ ଭୁଲିବେ ନାହିଁ, ‘ଲାଫ୍ ଏକ୍ସପ୍ରେସ୍’ I
କଞ୍ଚା ଲଙ୍କା ବିଷୟରେ:
କଞ୍ଚା ଲଙ୍କା ଓଡ଼ିଶାର ଅଗ୍ରଣୀ, ଓଡ଼ିଆ ମନୋରଞ୍ଜନଭିତ୍ତିକ ଓଟିଟି ପ୍ଳାଟଫର୍ମ l ବିଶ୍ଵବ୍ୟାପୀ ଦର୍ଶକମାନଙ୍କୁ ଉଚ୍ଚ ମାନର ଓଡ଼ିଆ କଣ୍ଟେଣ୍ଟ ପରଷିବା ପାଇଁ ସମର୍ପିତ l କଞ୍ଚାଲଙ୍କା ସବୁବେଳେ ନିଜ ଆଂଚଳିକ ଓ ମୌଳିକ କାହାଣୀକୁ ଗୁରୁତ୍ବ ଦେଇ ଆସୁଛି ଓ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ।
ସିନେମା, ୱେବ ସିରିଜ, କ୍ରୀଡା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରି ବିବିଧ ବିକଳ୍ପ ପାଇଁ ଏକ ପ୍ରମୁଖ ମାଧ୍ୟମ ‘ କଞ୍ଚା ଲଙ୍କା ‘l ଓଡ଼ିଶାର ସମୃଦ୍ଧ ସଂସ୍କୃତିର ମହୋତ୍ସବ ‘ କଞ୍ଚା ଲଙ୍କା’ l