ବର୍ଷା ପ୍ରିୟଦର୍ଶିନୀଙ୍କୁ ଡବଲ୍‌ ଝଟକା: କାଲି ଦିଲ୍ଲୀ ପୋଲିସର ସମନ୍‌ ଆଜି ଏସ୍‌ସି/ଏସ୍‌ଟି କମିଶନଙ୍କ ରିପୋର୍ଟ ତଲବ

0

କଟକ(ଆମ ଟିଭି):ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଡବଲ୍‌ ଝଟକା। ଦିଲ୍ଲୀ ପୋଲିସର ସମନ୍‌ ପରେ ଏସ୍‌ସି/ଏସ୍‌ଟି କମିଶନଙ୍କ ପକ୍ଷରୁ ରିପୋର୍ଟ ତଲବ। କମିଶନରେଟ ପୁଲିସ ଓ କଟକ ଜିଲ୍ଲାପାଳଙ୍କୁ ଏହି ରିପୋର୍ଟ ତଲବ କରାଯାଇଛି। ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ଦିଲ୍ଲୀର ନର୍ଥ ଏଭିନିୟୁ ଥାନାରେ ରୁଜୁ ହୋଇଥିବା ମାମଲାରେ ପୂର୍ବରୁ ବର୍ଷାଙ୍କୁ ନୋଟିସ୍‌ ଜାରି ହୋଇଛି। ଉକ୍ତ ମାମଲାରେ ଦୁଇ ଦିନରେ ଭିତରେ ନର୍ଥ ଏଭିନିୟୁ ଥାନାରେ ହାଜର ହେବାକୁ ନୋଟିସ୍‌ରେ ଉଲ୍ଲେଖ ଥିଲା ।

ସୂଚନା ମୁତାବିକ, ଏହି ମାମଲା ଦୁଇ ବର୍ଷ ପୁରୁଣା । ୨୦୨୦ରେ ବର୍ଷା ସେତେବେଳେ ଦିଲ୍ଲୀରେ ସ୍ୱାମୀ ଅନୁଭବଙ୍କ ପାଖରେ ରହୁଥିଲେ । ଉକ୍ତ ସମୟରେ ଅନୁଭବଙ୍କ ପାଖରେ ଜଣେ ସହଯୋଗୀ ରହୁଥିଲେ । ସେହି ସହଯୋଗୀ ଜଣକ ଦଳିତ । ବର୍ଷା ତାଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ସେହି ସମୟରେ ଉକ୍ତ ସହଯୋଗୀ ଜଣକ ଏତଲ ଦେଇଥିଲେ । ଏସ୍‌ସିଏସ୍‌ଟି ଆକ୍ଟରେ ଏହି ମାମଲା ରୁଜୁ ହୋଇଥିଲା । ଜଣେ ଏସିପି ଏହାର ତଦନ୍ତ ଭାର ନେଇଛନ୍ତି । ଏହି ମାମଲାରେ ପଚରାଉଚରା ପାଇଁ ଦୁଇ ଜଣ ହାବିଲ୍‌ଦାର ଦିଲ୍ଲୀରୁ ଆସିଥିଲେ । ସେମାନେ ପୁରୀଘାଟ ଥାନାକୁ ଆସି ବର୍ଷାଙ୍କ ବିରୋଧରେ ରୁଜୁ ମାମଲା ସଂପର୍କରେ ଥାନା ଅଧିକାରୀଙ୍କୁ ଅବଗତ କରାଇଥିଲେ । ଏହା ପରେ ପୁରୀଘାଟ ପୁଲିସ ବର୍ଷାଙ୍କୁ ଥାନାକୁ ଡକାଇଥିଲା । ଏହା ପରେ ଦିଲ୍ଲୀରି ହାବିଲ୍‌ଦାର ବର୍ଷାଙ୍କୁ ଏହି ନୋଟିସ୍‌ ଦେଇଛନ୍ତି । ଦୁଇ ଦିନରେ ଭିତରେ ନର୍ଥ ଏଭିନିୟୁ ଥାନାରେ ହାଜର ହେବାକୁ ନୋଟିସ୍‌ରେ ଉଲ୍ଲେଖ ଥିଲା । ମାତ୍ର ବର୍ଷା ଆସନ୍ତା ୧୫ ଦିନ ଭିତରେ ଥାନାରେ ହାଜରା ଦେବେ ବୋଲି ଲିଖିତ ଭାବେ ଦୁଇ ହାବିଲଦାରଙ୍କୁ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପଟେ ଦିଲ୍ଲୀ ପୋଲିସର ନୋଟିସ୍‌ ପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓଡିଶା ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି । ସେପଟେ ଜାତୀୟ ଏସ୍‌ସି/ଏସ୍‌ଟି କମିଶନଙ୍କ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଉ ଏକ ଝଟ୍‌କା ଦେଇଛନ୍ତି । ଦିଲ୍ଲୀ ପୋଲିସର ସମନ୍‌ ପରେ ଜାତୀୟ ଏସ୍‌ସି/ଏସ୍‌ଟି କମିଶନଙ୍କ ପକ୍ଷରୁ କମିଶନରେଟ୍‌ ପୋଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି।

Leave A Reply

Your email address will not be published.