ହୀରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ ; ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କଲେ ବ୍ଲଗର, ବଢିଲା ଡ୍ୟାମ୍ ସୁରକ୍ଷା ଚିନ୍ତା

0

ହୀରାକୁଦ ଡ୍ୟାମ୍ ସୁରକ୍ଷା ଚିନ୍ତା! ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ। ହୀରାକୁଦ ଜଳଭଣ୍ଡାରରେ ଗେଟ୍ ଖୋଲାଯାଉଥିବା ବେଳେ ସେଠାରେ ଜଣେ ବ୍ଲଗର ଡ୍ରୋନ ଉଡାଇଛନ୍ତି। ଡ୍ରୋନ ଉଡାଇବା ସହ ଏହି ଭିଡିଓକୁ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏପରିକି ଡ୍ୟାମର ସବୁ ପଟୁ ଭିଜୁଆଲ ନିଆଯାଇ ଏହାକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି।

ଏହାପରେ ହୀରାକୁଦ ଡ୍ୟାମର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡ୍ୟାମ ଉପର ଭିଜୁଆଲ, ସ୍ପିଲ ୱେ ଭିଜୁଆଲ ଓ ଡ୍ୟାମ ଉପରେ ଥିବା ରାସ୍ତା ଉପରେ ମଧ୍ୟ ଡ୍ରୋନ ଉଡାଯାଇଛି। ମିଷ୍ଟର ଓଡିଆ ବ୍ଲଗର ନାଁରେ ଥିବା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ଅପଲୋଡ କରାଯାଇଛି। ଯେତେବେଳେ ନିଷିଦ୍ଧାଞ୍ଚଳ ବୋଲି ଗଣମାଧ୍ୟମକୁ ୪ବର୍ଷ ହେବ ସ୍ପିଲ ଓ୍ବେ ଅଂଚଳକୁ ବାରଣ ରହିଛି ସେହି ସମୟରେ ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡାଇଛନ୍ତି ବ୍ଲଗର୍। ଯାହାକୁ ନେଇ ହୀରାକୁଦ ଡ୍ୟାମ୍ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.