କେଜ୍‌ରିୱାଲଙ୍କୁ ଅଷ୍ଟମ ସମନ ପଠାଇଲା ଇଡି

0

ନୂଆଦିଲ୍ଲୀ (ଆମ ଟିଭି): ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ପୁଣିଥରେ ସମନ ପଠାଇଛନ୍ତି। ଦିଲ୍ଲୀର ଅବକାରୀ ଦୁର୍ନୀତି ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡି ମାର୍ଚ୍ଚ ୪ରେ କେଜ୍‌ରିୱାଲଙ୍କୁ ପଚରାଉଚରା ପାଇଁ ଡକାଇଛି। ଏହାପୂର୍ବରୁ କେଜ୍‌ରିୱାଲଙ୍କୁ ୭ଟି ସମନ ପଠାଯାଇଛି। କିନ୍ତୁ ସେ ଏହାକୁ ବେଆଇନ ବୋଲି କହି ହାଜର ହୋଇ ନାହାନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଇଡି ଅଷ୍ଟମ ସମନ ପଠାଇଛି।

ଦିଲ୍ଲୀର ଅବକାରୀ ଦୁର୍ନୀତିରେ ଘୋଟାଲା ଅଭିଯୋଗ ରହିଛି। ଏହି ମାମଲାରେ ସିବିଆଇ ତଦନ୍ତ କରୁଛି। ଏଥି ସହିତ ଇଡି ଅର୍ଥ ହେରଫେର ମାମଲାର ଅନୁସନ୍ଧାନ କରୁଛି। ଏହି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଏପର୍ଯ୍ୟନ୍ତ ଦୁଇ ବଡ ଏଏପି ନେତା ମନୀଷ ସିସୋଡିଆ ଏବଂ ସଞ୍ଜୟ ସିଂଙ୍କୁ ଗିରଫ କରିଛି।

Leave A Reply

Your email address will not be published.