ଏନସିପି ରାଜ୍ୟ ସଭାପତି ଜୟନ୍ତ ପାଟିଲଙ୍କୁ ଇଡି ସମନ

0

ନୂଆଦିଲ୍ଲୀ (ଆମ ଟିଭି): ବଢିଲା ଜୟନ୍ତ ପାଟିଲଙ୍କ ଅଡ଼ୁଆ । ଏନ୍ସିପିର ରାଜ୍ୟ ସଭାପତି ଜୟନ୍ତ ପାଟିଲ୍ଙ୍କୁ ସମନ୍ ଜାରି କଲା ଇଡି । ମେ ୧୨ ତାରିଖରେ ଇଡି କାର୍ୟ୍ୟାଳୟରେ ହାଜର ହେବା ପାଇଁ ପାଟିଲ୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭିତ୍ତିଭୂମି ଲିଜ୍ ଆଣ୍ଡ ଫାଇନାନ୍ସିଆଲ୍ ସର୍ଭିସେସ୍ ସହ ଆର୍ଥିକ ଅନିୟମିତା ମାମଲାରେ ତାଙ୍କୁ ଜେରା କରାଯିବ ।

ଦିଲ୍ଲୀ ଇଓଡବ୍ଲୁ ଓ ମୁମ୍ବାଇ ଏସ୍ଏଫ୍ଆଇଓ ଦ୍ବାରା ଆଇଏଲ୍ ଆଣ୍ଡ ଏଫ୍ଏସ୍ ଗ୍ରୁପ୍ ଅଫ୍ କମ୍ପାନିଜ୍ ଏବଂ ସେମାନଙ୍କର ପ୍ରମୁଖ ପରିଚାଳକ କର୍ମଚାରୀମାନଙ୍କ ନାଁରେ ଫାଇଲ୍ କରାଯାଇଥିବା ଏଫ୍ଆଇଆର୍ ଆଧାରରେ ଇଡି ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ଦିଲ୍ଲୀ ‘ଇଓଡବ୍ଲୁ’ ଓ ମୁମ୍ବାଇ ‘ଏସ୍ଏଫ୍ଆଇଓ’ଦ୍ବାରା ‘ଆଇଏଲ୍ଏଫ୍ଏସ୍ ଗ୍ରୁପ୍ ଅଫ୍ କମ୍ପାନିଜ୍’ ଏବଂ ସେମାନଙ୍କର ପ୍ରମୁଖ ପରିଚାଳକ କର୍ମଚାରୀମାନଙ୍କ ନାଁରେ ଫାଇଲ୍ କରାଯାଇଥିବା ‘ଏଫ୍ଆଇଆର୍’ ଆଧାରରେ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ‘ଆଇଏଲ୍ ଆଣ୍ଡ୍ ଏଫ୍ଏସ୍’ ମାମଲାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.