ଆଜି ବି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

0

ଆଜି ବି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ । ପଶ୍ଚିମ ଦ୍ୱାର ଦେଇ ଯିବା ପାଇଁ ଜମିଛି ଭକ୍ତଙ୍କ ଗହଳି । ଗୋପାଳବଲ୍ଲଭ ନୀତି ଯୋଗୁ ଏବେ ଦର୍ଶନ ବନ୍ଦ ରହିଛି । ତେଣୁ ଶ୍ରୀମନ୍ଦିରକୁ ଯିବା ପାଇଁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି । ଗତକାଲି ମଧ୍ୟ ଶ୍ରୀମନ୍ଦିରରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ପଶ୍ଚିମ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିଲା । ଗହଳି ସାଙ୍ଗକୁ ତାତି ଯୋଗୁଁ କଲବଲ ହୋଇଥିଲେ ଶ୍ରଦ୍ଧାଳୁ ।

ପ୍ରଚଣ୍ଡ ତାତି ଯୋଗୁଁ ବଡ଼ଦାଣ୍ଡରେ ଚାଲି ଚାଲି ଯିବା ଶ୍ରଦ୍ଧାଳୁଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା । ଘଂଟା ଘଂଟା ଧରି ଭକ୍ତଙ୍କୁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିଥିଲା । ଆଜି ବି ପ୍ରଚଣ୍ଡ ତାତି ଅନୁଭୂତ ହେବାର ସମ୍ଭାବନା ରହିଛି । ତେଣୁ ଗହଳି ସାଙ୍ଗକୁ ତାତି ଭକ୍ତଙ୍କୁ କଲବଲ କରିପାରେ ।

Leave A Reply

Your email address will not be published.