ନବ ଦାସ ହତ୍ୟା ଘଟଣାରେ ବଡ଼ ଖୁଲାସା: ଇସିଜି ପରୀକ୍ଷା ହୋଇନଥିବା ନେଇ ସନ୍ଦେହ

0

ଭୁବେନଶ୍ବର (ଆମ ଟିଭି): ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ମାମଲା ।  ଆସିଲା ବଡ଼ ଅପଡେଟ୍। ଆପୋଲୋ ହସ୍ପିଟାଲରୁ ମିଳିଲା ଚିକିତ୍ସା ବାବଦ ଖର୍ଚ୍ଚର ହିସାବ । ମାତ୍ର ୨ ଘଣ୍ଟା ଧରି ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୨ ଲକ୍ଷ ୩୦ ହଜାର ଟଙ୍କା । ଗୁଳି ମାଡ଼ ପରେ ଆପୋଲୋରେ ନବଙ୍କ ସର୍ଜରୀ ହୋଇଛି । ସନ୍ଧ୍ୟା ୫ଟା ୨୬ରୁ ୭ଟା ୩୦ ଯାଏଁ  ଚାଲିଥିଲା ଚିକିତ୍ସା ।

ଅନ୍ୟପଟେ ଝାରସୁଗୁଡାରୁ ମୃତଦେହ ଆଣି ଆପୋଲୋର ମିଛ ଚିକିତ୍ସା କରାଯାଇଥିବା ନେଇ ବିରୋଧୀ ଯେଉଁ ସଂଗୀନ ଅଭିଯୋଗ ଆଣୁଥିଲେ, ଏହି ଚିକିତ୍ସା ତଥ୍ୟ ତାକୁ ଭୁଲ ପ୍ରମାଣିତ କରୁଛି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ଆପୋଲୋରେ ନବ ଦାସଙ୍କ ଇସିଜି ହୋଇଥିବା ନେଇ କୌଣସି ତଥ୍ୟ ମିଳି ପାରୁନି। ଏଠାରେ ତାଙ୍କର ଇସିଜି ହୋଇ ନଥିବାରୁ ଏକ ପ୍ରକାର ସନ୍ଦେହ ବଢିଛି । ଯେଉଁ ସମୟରେ ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ସାନି ତଦନ୍ତ ଚଲାଇଛି , ସେତେବେଳେ ଆପୋଲୋ ହସ୍ପିଟାଲର ଏ ତଥ୍ୟ ନବ ଦାସ ହତ୍ୟାକାଣ୍ଡ ମାମଲାକୁ ଆହୁରି ରୋଚକ କରିଛି ।

Leave A Reply

Your email address will not be published.