୯ରେ କଙ୍ଗନାଙ୍କ ବିରୋଧରେ କୃଷକ ଆନ୍ଦୋଳନ

0

ନୂଆଦିଲ୍ଲୀ (ଆମ ଟିଭି): ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତ୍‌ଙ୍କ ବିରୋଧରେ କୃଷକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। କଙ୍ଗନାଙ୍କୁ ଗୁରୁବାର ଚଣ୍ଡିଗଡ଼ ଏୟାରପୋର୍ଟରେ ଚାପୁଡ଼ା ମାରିଥିବା ସିଆଇଏସ୍‌ଏଫ୍‌ର ମହିଳା କନ୍‌ଷ୍ଟେବଲଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାବେଳେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି। ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବିରେ କୃଷକ ସଙ୍ଗଠନଗୁଡ଼ିକ ଆସନ୍ତା ୯ ତାରିଖରୁ ଆନ୍ଦୋଳନ କରିବାକୁ ଯୋଜନା କରିଛନ୍ତି। କୃଷକମାନେ ରବିବାର ପଞ୍ଜାବର ମୋହାଲିରେ ‘ଇନ୍‌ସାଫ୍‌ ମାର୍ଚ୍ଚ’ କରିବାକୁ ବାହାରିଛନ୍ତି।

୩୫ ବର୍ଷୀୟା ପଞ୍ଜାବୀ ମହିଳା ଗାର୍ଡ କୁଲଓ୍ବିନ୍ଦର କୌର ଏକ ଭିଡିଓ ଜାରି କରି କହିଛନ୍ତି, ୨୦୨୦-୨୧ରେ କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ବିରୋଧରେ ବିକ୍ଷୋଭ ବେଳେ କଙ୍ଗନା କହିଥିଲେ, ଏମାନେ ୧୦୦ ଟଙ୍କା ପାଇଁ ଆନ୍ଦୋଳନ କରୁଛନ୍ତି। ସେତେବେଳେ କୃଷକ ଆନ୍ଦୋଳନରେ ତାଙ୍କ ମା’ ମଧ୍ୟ ସାମିଲ ଥିଲେ ବୋଲି କୁଲଓ୍ବିନ୍ଦର କହିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ଏବଂ କିଷାନ ମଜଦୁର ମୋର୍ଚ୍ଚା ଭଳି ପ୍ରମୁଖ କୃଷକ ସଙ୍ଗଠନଗୁଡ଼ିକ କୁଲଓ୍ବିନ୍ଦରଙ୍କୁ ସମର୍ଥନ ଜଣାଇଛନ୍ତି।

Leave A Reply

Your email address will not be published.