ଶିମଲୀ” ର ଫାଷ୍ଟଲୁକ୍ ଓ ଅଡିଓ ଲୋକାର୍ପଣ*

0

ଏମ କେ.ଆର୍ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ‘ଶିମଲୀ’ ଆସନ୍ତା ମାର୍ଚ୍ଚ ୧୪ରେ ମୁକ୍ତିଲାଭ କରିବା ପାଇଁ ଘୋଷଣା ହୋଇସାରିଥିବା ବେଳେ ଭୁବନେଶ୍ୱର ପ୍ରେସ୍ କ୍ଳବ୍ ଠାରେ ଏହାର ଫାଷ୍ଟ ଲୁକ୍ ଓ ଅଡିଓ ଲୋକାର୍ପଣ ହୋଇଛି l ଏହି ଉତ୍ସବରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବନ ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ, ବାଙ୍ଗିରିପୋଷି ବିଧାୟକ ସଞ୍ଜଳି ମୁର୍ମୁ, ସରସକଣା ବିଧାୟକ ଭାଦବ ହାଁସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ଭାରତୀୟ ରକ୍ଷା ମନ୍ତ୍ରଣାଳୟ ତଥା ଆଡ଼ଭୋକେଟ ସଂଜୀବ ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ l

 

ତେବେ ୟୁ ସେନସର୍ ସାର୍ଟିଫିକେଟ୍ ପାଇଥିବା ଏହି ଓଡ଼ିଆ ଭିନ୍ନ ଧରଣର ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ଶ୍ରୀମତୀ ସ୍ମିତା ରାଉତ ନେଇଛନ୍ତି ଏବଂ ପରେଶ ଚନ୍ଦ୍ର ମହାନ୍ତ ଏହାର ସହ-ପ୍ରଯୋଜନା କରିଛନ୍ତି । ଓଲିଉଡ଼ର ସୁପରିଚିତ ଏଡିଟର୍ ସୁକୁମାର ମଣି ‘ଶିମଲୀ’ ଜରିଆରେ ନିର୍ଦ୍ଦେଶକ ଭାବେ ଓଲିଉଡ଼ରେ ପାଦ ରଖିଛନ୍ତି। ଓଲିଉଡ ଏଇ କିଛି ବର୍ଷ ହେବ ଚିରାଚରିତ ଫ୍ୟାମିଲି ଡ୍ରାମାରୁ ବାହାରି ଅନେକ ମୌଳିକ କାହାଣୀ ଆଧାରିତ ଚଳଚ୍ଚିତ୍ର ନିର୍ମାଣ କରିଆସୁଛି l ସେହି ଭଳି ଏକ ଭିନ୍ନ କଥାବସ୍ତୁକୁ ନେଇ ଶିମିଳିପାଳ ଜଙ୍ଗଲର ନିତିଦିନିଆ ଘଟଣା ଉପରେ “ଶିମଲୀ” କଥାବସ୍ତୁ ଆଧାରିତ। ହାତୀଦାନ୍ତ ଓ ବାଘଛାଲ

ଚୋରାଚାଲାଣ, ବନରକ୍ଷୀଙ୍କୁ ଆକ୍ରମଣ ଭଳି ଅପରାଧର କାହାଣୀ ରହିଛି ‘ଶିମଲୀ’ ଚଳଚ୍ଚିତ୍ର ରେ। ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ୱ ଦେଇ ନିର୍ମାଣ ହୋଇଛି ଶିମଲୀ l

 

ବର୍ତ୍ତମାନର ଚୁଲବୁଲି ନାୟିକା ସୂର୍ଯ୍ୟମୟୀ ମହାପାତ୍ର, ମନୋଜ

ରାଉତ, ଲିପିକା ସେନାପତି, ଅନୁପ ଶାହା ଓ ଚୌଧୁରୀ ବିକାଶ ଦାସ

ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ।

ସ୍ମିତା ରାଉତଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ସଂଳାପ ଲେଖିଛନ୍ତି ଭାବବିନୋଦ ମହାପାତ୍ର l

ବାଚୁ ମୁଖାର୍ଜୀ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା

ବେଳେ ଅରୁଣ ମନ୍ତ୍ରୀ, ଡକ୍ଟର ନିର୍ମଳ ନାୟକ ଓ ଭାବବିନୋଦ ମହାପାତ୍ର ଗୀତ ରଚନା କରିଛନ୍ତି । ଏଥିରେ

ଚାରିଟି ଗୀତ ରହିଛି। ଧ୍ରୁବାନନ୍ଦ ପଣ୍ଡା ଶିମଲୀ ର ସିନେମାଟୋଗ୍ରାଫର୍ ଅଛନ୍ତି l ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି l ମାର୍ଚ୍ଚ ୧୪ ରେ ମୁକ୍ତିଲାଭ କରିବାକୁ ଯାଉଥିବା ଶିମଲୀ ଉପରେ ଦର୍ଶକଙ୍କର ଅନେକ ଆଶା ଓ ଉନ୍ମାଦନା ରହିଛି l

Leave A Reply

Your email address will not be published.