ଭୁବନେଶ୍ୱର: ଆସନ୍ତା ୨ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିବେ ଦୁଇ ଜଣିଆ କେନ୍ଦ୍ରିୟ ଟିମ୍ । ନାଭାଲ ହେଲିକପ୍ଟର ଜରିଆରେ ଖାଦ୍ୟ ପୁଡିଆ ହେବ ଏଆର ଡ୍ରପ । ଗଞ୍ଜାମର ୨୨ ସ୍ଥାନରେ ଏଆର ଡ୍ରପ ପାଇଁ ସ୍ଥାନ ଚିହ୍ନଟ ହୋଇଛି । ଆବଶ୍ୟକ ପଡ଼ିଲେ ଆଜି ମଧ୍ୟ ରେସ୍କ୍ୟୁ ପାଇଁ ଏଆର ଲିଫ୍ଟ କରାଯିବ । କୋଷ୍ଟ ଗାର୍ଡ ସହ ନାଭାଲ ହେଲିକପ୍ଟର ନିୟୋଜିତ । ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ନୋଡାଲ ସେଣ୍ଟର କରାଯାଇଛି ।
ଗଞ୍ଜାମ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଗଜପତି ଓ କନ୍ଧମାଳ ଜିଲ୍ଲା ବି ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟାରେ ବର୍ଷା କମିବା ଆଶ୍ୱସ୍ତି ଆଣିଛି । ୧ ଅକ୍ଟୋବରରୁ ୩୦ ଅକ୍ଟୋବର ମଧ୍ୟରେ ଓଡ଼ିଶାରେ ୧୩୨ ମିଲିମିଟର ବର୍ଷା ହୋଇଛି । ସ୍ଵାଭାବିକ ବର୍ଷା ଠୁ ୧୮.୭ ପ୍ରତିଶତ ଅଧିକ। ତିନି ଦିନ ମଧ୍ୟରେ ଅଧିକ ବର୍ଷା ହୋଇଛି । ଗଞ୍ଜାମରେ ତିନି ଦିନ ମଧ୍ୟରେ ୧୧୮ ପ୍ରତିଶତ ବର୍ଷା ହୋଇଛି । ଗଞ୍ଜାମରେ ୨୨ ବ୍ଲକ୍ ପ୍ରଭାବିତ ହୋଇଛି । ୪୩ ହଜାର ଲୋକ ପ୍ରଭାବିତ ହୋଇଛି । ୨୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୩୫୨ ରିଲିଫ ସେଣ୍ଟରରେ ଅଛନ୍ତି । ୭୨ ଗାଁ ପ୍ରଭାବିତ ହୋଇଥିବା ବେଳେ ୯ ଟି ଗାଁ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି । କୋଷ୍ଟଗାର୍ଡ ହେଲିକପ୍ଟର ଜରିଆରେ ସ୍ଥାନାନ୍ତରଣ କରଯାଇଛି ।
ନାଭାଲ ହେଲିକପ୍ଟର ଖାଦ୍ୟ ପୁଡିଆ ଏଆର ଡ୍ରପ କରିବ । ୨୨ ସ୍ଥାନରେ ଏଆର ଡ୍ରପ କରାଯିବ। ହିଞ୍ଜିଳି,ଚିକିଟି, ପୁରୁଷତ୍ତମପୁର ,ଶେରଗଡ,ଧରାକୋଟ,ଆସ୍କା,ବେଲଗୁଣ୍ଠା ଭଳି ସ୍ଥାନରେ ଏଆର ଡ୍ରପ କରାଯିବ। ଏବେ ଉଡାଣ ଆରମ୍ଭ କରିବ ନାଭାଲ ହେଲିକପ୍ଟର । ୪୦ ଜଣ ତାଲିମପ୍ରାପ୍ତ ଲୋକ ରନ୍ଧା ଖାଦ୍ୟ ନେଇ ପହଞ୍ଚିବ। ପାଣି ସ୍ରୋତ ଥିବା ଯୋଗୁଁ ଯିବା ସମ୍ଭବ ପର ହେଉନଥିଲା । ଆଜି ସ୍ଥିତି ସୁଧୁରିଛି । ଭୂସ୍ଖଳନ ଯୋଗୁଁ ବ୍ୟାପକ ପରିମାଣରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଏପର୍ଯ୍ୟନ୍ତ କୌଣସି କାଜୁଆଲିଟି ରିପୋର୍ଟ ଆସିନାହିଁ । ୨ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।