ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ
ଆଉ ନାହାନ୍ତି ଡକ୍ଟର ମନମୋହନ ସିଂହ । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କ ପରଲୋକ । ୯୨ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ମନମୋହନ ସିଂହ । ଦିଲ୍ଲୀ ସ୍ଥିତ ଏମ୍ସରେ ମନମୋହନ ସିଂହଙ୍କ ପରଲୋକ ଘଟିଛି । ଏ ନେଇ ସ୍ପଷ୍ଟ ସୂଚନା ମିଳିଛି । ଗୁରୁବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ଡକ୍ଟର ମନମୋହନ ସିଂହଙ୍କୁ ବଞ୍ଚାଇବା ସମ୍ଭବପର ହୋଇନାହିଁ । ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ବର୍ଷିଆନ ରାଜନେତା ଭାବେ ଜଣାଥିଲେ ମନମୋହନ ସିଂହ ।