୧୦ ବର୍ଷ ପରେ କଂଗ୍ରେସକୁ ଫେରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂ

0

ନୂଆଦିଲ୍ଲୀ (ଆମ ଟିଭି):  ହରିଆଣାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂ ୧୦ ବର୍ଷ ପରେ ପୁଣି କଂଗ୍ରେସକୁ ଫେରିଛନ୍ତି । ସେ ବିଜେପିରୁ ଇସ୍ତଫା ଦେଇ ତୁରନ୍ତ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହାସହ ତାଙ୍କ ପତ୍ନୀ ପ୍ରେମଲତା ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି ।

ହରିଆଣାର ବରିଷ୍ଠ ଜାଟ ନେତା ତଥା ୨୦୧୬-୧୯ ପର୍ଯ୍ୟନ୍ତ ମୋଦୀ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ବିରେନ୍ଦ୍ର ସିଂ ମଙ୍ଗଳବାର ଦିନ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ବିରେନ୍ଦ୍ର ସିଂ ଓ ତାଙ୍କ ପତ୍ନୀ ପ୍ରେମଲତା କଂଗ୍ରେସରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ସାଂସଦ ଥିବା ତାଙ୍କ ପ୍ରୁଅ ବ୍ରିଜେନ୍ଦ୍ର ସିଂ ମଧ୍ୟ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.