ନିସ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିକୁ ପୂର୍ବ ଭାରତର ଶ୍ରେଷ୍ଠ ବୈଷୟିକ ଶିକ୍ଷାନୁଷ୍ଠାନର ମାନ୍ୟତା ପ୍ରଦାନ
ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନର ଆପୁଘର ଭାରତମଣ୍ଡପଠାରେ ଟପ୍ନଚ୍ ଫାଉଣ୍ଡେସନ ଦ୍ଵାରା
ପ୍ରୟୋଜିତ ବିଶ୍ଵନେତୃତ୍ଵ ସମ୍ମିଳନୀ ଉତ୍ସବ ଓ ପୁରସ୍କାର ପ୍ରଦାନ-୨୦୨୪ କୁ ଭାରତର ଖାଦ୍ୟ
ପ୍ରକ୍ରିୟାକରଣ ଓ ଶିଳ୍ପ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଚିରାଗ ପାଶୱାନ ମୂଖ୍ୟ ଅତିଥି, ଭାରତର
ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରାମଦାସ ଅଠୱାଲେ ଓ
ଭାରତୀୟ ଜନତା ପାର୍ଟି ଦିଲ୍ଲୀର ମହିଳା ସଭାନେତ୍ରୀ ଶ୍ରୀମତୀ ବବିତା ଚୌହାନ ପ୍ରମୂଖ ଯୋଗ ଦେଇ
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ବିଶ୍ଵ ନେତୃତ୍ଵ
ସମ୍ମିଳନୀ ଉତ୍ସବରେ ସମ୍ମାନୀତ କରିଥିଲେ ।
ପୂର୍ବ ଭାରତରେ ଇଞ୍ଜିନିୟରିଂ ଶିକ୍ଷା, ଦକ୍ଷତା ବିକାଶ ଓ ନିଯୁକ୍ତି ଭିତିକ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ
ପରିବର୍ତନ ଆଣିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ନିସ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ ଆଣ୍ଡ
ଟେକ୍ନୋଲୋଜିର ଚେୟାରମ୍ୟାନ ଡକ୍ଟର ସୁଭାଷ ଚନ୍ଦ୍ର ନାୟକ ଓ ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର୍ ସ୍ମୃତିସୁଧା
ନାୟକଙ୍କୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ତଥା ମୂଖ୍ୟ ଅତିଥି ଶ୍ରୀଯୁକ୍ତ ଚିରାଗ ପାଶୱାନ ଓ ଅନ୍ୟ
ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ଏହି ସମ୍ମାନ
ପାଇଁ ଭୂବନେଶ୍ଵରର ଛତାବର ସ୍ଥିତ ନିସ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ସମସ୍ତ
ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀମାନେ ନିଜକୁ ଗୌରବାନ୍ଵିତ ମନେ କରୁଅଛନ୍ତି ବୋଲି
ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ଦେବବ୍ରତ ରଥ ପ୍ରକାଶ କରିଅଛନ୍ତି ।