ଜନୁଆରୀ ୨୬ ରୁ କଂଗ୍ରେସ ଆରମ୍ଭ କରିବ ସମ୍ବିଧାନ ବଞ୍ଚାଅ ପଦଯାତ୍ରା

0

କଂଗ୍ରେସ କରିବ ସମ୍ବିଧାନ ବଞ୍ଚାଅ ଯାତ୍ରା। ଜାନୁଆରୀ ୨୬ରୁ ସମ୍ବିଧାନ ବଞ୍ଚାଅ ପଦଯାତ୍ରା କରିବ କଂଗ୍ରେସ। ସିଡବ୍ଲୁସିର ବୈଠକ ପରେ କଂଗ୍ରେସ ନେତା ଜୟରାମ ରମେଶ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭାରତ ଯୋଡ଼ ଯାତ୍ରା ଦଳ ପାଇଁ ସଞ୍ଜିବନୀ ପାଲଟିଥିଲା। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲା ଦଳ। ଯାହା କଂଗ୍ରେସ ରାଜନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଥିଲା। ପରେ ଭାରତ ଯୋଡ ନ୍ୟାୟ ଯାତ୍ରା ମଧ୍ୟ ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥିଲା। ଏବେ ଜାନୁଆରୀ ୨୬ରୁ ସମ୍ବିଧାନ ବଞ୍ଚାଅ ପଦ ଯାତ୍ରା କରିବ ଦଳ। ଗାଁରୁ ବାହାରିବ କଂଗ୍ରେସର ରାଲି। ସାଂସଦ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସର ସବୁ ବଡ଼ ବଡ଼ ନେତା ଏହି ପଦଯାତ୍ରାରେ ସାମିଲ ହେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.