ଭିନ୍ନ ସ୍ୱାଦର ଚଳଚ୍ଚିତ୍ର “କାନତରାଟି” ର ଶୁଭ ମହୁରତ

0

ଭୁବନେଶ୍ଵର (ଆମ ଟିଭି): ଏସ.ଏମ ଏଣ୍ଟରଟେନମେଣ୍ଟ ଏବଂ ଆମର ଷ୍ଟୁଡିଓଜ୍ ର ପ୍ରଥମ ଅବଦାନ, ଚଳଚ୍ଚିତ୍ର – “କାନତରାଟି” ‘ଦ କଣ୍ଟ୍ରାକ୍ଟର’ ର ଶୁଭ ମହୁରତ ଭୁବନେଶ୍ୱର କୋଳଥିଆ ସ୍ଥିତ ଜଗନ୍ନାଥ ମନ୍ଦିରରେ ହୋଇଛି l ଚଳଚ୍ଚିତ୍ର ର ଏହି ଶୁଭ ମହୁରତ ଅବସରରେ ମାର୍ଗଦର୍ଶକ ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ, ପ୍ରଯୋଜିକା ଶ୍ରୀମତୀ ଶ୍ରାବଣୀ ପଟ୍ଟନାୟକ ଙ୍କ ସମେତ ଚଳଚ୍ଚିତ୍ରର ସମସ୍ତ କ୍ରିଉ, ଟେକନିସିଆନ୍ସ, କଳାକାର ପ୍ରମୁଖ ଉପସ୍ଥିତ ଥିଲେ l

ସାଇକୋ, ଥ୍ରୀଲର ସହିତ ଜଣେ ସିରିଏଲ କିଲର ର କାହାଣୀକୁ ନେଇ ନିର୍ମାଣ ହେଉଛି ଚଳଚ୍ଚିତ୍ର କାନତରାଟି l ଯାହାର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ l ବିଗତ ଦିନ ମାନଙ୍କରେ ନିର୍ଦ୍ଦେଶକ ରମେଶ ରାଉତ ଗଡ୍ ଫାଦର, ଚାନ୍ଦ ନା ତୁମେ ତାରା, କାବୁଲା ବାର ବୁଲା, ଟୋକାଟା ଫଶି ଗଲା ଏବଂ ତୋର ମୋର କଟି ଭଳି ସମୁଦାୟ ୨୭ ଟି ବହୁଭାଷୀ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇ ସାରିଛନ୍ତି l

ତେବେ ଶୁଭ ମହୁରତ ହୋଇଥିବା ଚଳଚ୍ଚିତ୍ର କାନତରାଟି ରେ ଓଲିଉଡ଼ର ବଛା ବଛା ଅଭିନେତା ଅଭିନେତ୍ରୀ ଦେବେଶ ରଞ୍ଜନ, ସୂର୍ଯ୍ୟମୟୀ, ମିତାଲି, ତାପସ ସରଘରିଆ, ବିଭାସ ଙ୍କ ସମେତ ଅନେକ କଳାକାର ରହିଛନ୍ତି l ଏହି ଚଳଚ୍ଚିତ୍ରର କାହାଣୀ ରମେଶ ରାଉତ ରଚନା କରିଛନ୍ତି, ଚିତ୍ରନାଟ୍ୟ ରମେଶ ରାଉତ ଙ୍କ ସହିତ ନିଶାନ୍ତ ମଜିଠିଆ ଏବଂ ସଂଳାପ ନିଶାନ୍ତ ମଜିଠିଆ ଲେଖିଛନ୍ତି l ପୂର୍ବରୁ ନିଶାନ୍ତ ଗୋଟିଏ ଟିଭି ସିନେମା ଏବଂ ୬ ଟି ୱେବ ସିରିଜ୍ ର ସଂଳାପ ଲେଖି ଦର୍ଶକଙ୍କ ପସନ୍ଦର ସଂଳାପକାର ହୋଇପାରିଛନ୍ତି l

ଚଳଚ୍ଚିତ୍ରର ଚିତ୍ରତ୍ତୋଳନ ଦାୟିତ୍ୱ ବିଶ୍ୱଜିତ କୁଲଡି ଏବଂ ସମ୍ପାଦନା ପିଣ୍ଟୁ ନାୟକ ନେଇଛନ୍ତି l ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର ଦେଇଛନ୍ତି l କ୍ରି୍ଏଟିଭ ହେଡ଼ ଅଛନ୍ତି ରୀତିଶ ପରିଡା l

 

ସାଧାରଣ ନିର୍ବାଚନ ଋତୁ ଶେଷ ହେବା ପରେ ସିନେମା ଋତୁ ଆରମ୍ଭ ହୋଇଯାଇଛି ଓଲିଉଡ଼ ରେ l ରାଜ୍ୟ ରାଜନୀତି ରେ ଯେମିତି ପରିବର୍ତ୍ତନ ଆସିଛି ଠିକ ସେମିତି ଓଡ଼ିଆ ଚଳଚ୍ଚିତ୍ର ର ଧାରା ମଧ୍ୟ ପରିବର୍ତ୍ତନ ହୋଇଛି ଯାହା ଫଳରେ ଦର୍ଶକ ଏବେ ପ୍ରେକ୍ଷାଳୟ ମୁହାଁ ହେଉଛନ୍ତି l

ଚଳଚ୍ଚିତ୍ର ର ଟାଇଟିଲ ରୁ ଜାଣିପଡ଼ୁଛି ଏହା ନିଶ୍ଚିତ ଭାବେ ପାରମ୍ପରିକ ପାରିବାରିକ କାହାଣୀ ଠୁ ଟିକେ ନିଆରା ହୋଇଥିବ l ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱ ଭାର ବହନ କରୁଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ l ଓଡ଼ିଆ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ଉନ୍ନତ ମାନର ଚଳଚ୍ଚିତ୍ର ଭେଟି ଦେବେ ଏବଂ ଦର୍ଶକ ବେଶ ପସନ୍ଦ କରିବେ ବୋଲି ପ୍ରଯୋଜିକା ଶ୍ରୀମତୀ ଶ୍ରାବଣୀ ପଟ୍ଟନାୟକ ଆଶା ରଖିଛନ୍ତି l

Leave A Reply

Your email address will not be published.